ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୃତ୍ୟୁ ମୁଖରୁ ଫେରିଲେ ଟ୍ରମ୍ପ: ଇସ୍କନ ଉପ ସଭାପତି

ବ୍ୟୁରୋ:ମହାପ୍ରଭୁ ଜଗନ୍ନାଥଙ୍କ କୃପା ରହିଛି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ। ସେଥିପାଇଁ ସେ ଏକ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଗଲେ। ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ମୃତ୍ୟୁ ତାଙ୍କୁ ଛୁଇଁ ଦେଇ ପଳେଇ ଯାଇଥିଲା। ଏହା ସମ୍ଭବ ହୋଇପାରିଛି ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଯାହା ତାଙ୍କୁ ନୂଆ ଜୀବନ ଦେଇଛି।ସେ ଜଗନ୍ନାଥଙ୍କ କୃପାରୁ ଏକ ନୂଆ ଜୀବନ ପାଇଛନ୍ତି ବୋଲି କହିଛନ୍ତି ଇସ୍କନର ଜଣେ ସାଧୁ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।
ସାଧୁ ଜଣକ କହିଛନ୍ତି ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ହୋଇଥିଲା। ନ୍ୟୁୟର୍କରେ ଏହା ସମ୍ଭବ ହୋଇପାରିଥିଲା
ଟ୍ରମ୍ପଙ୍କ ସାହାଯ୍ୟ ଯୋଗୁଁ। ସେତେବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି ବୋଲି ଇସ୍କନର ଉପ ସଭାପତି କହିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳା ସାରା ଦୁନିଆ ଦେଖି ଆସୁଛି। ଜଗନ୍ନାଥଚାହିଁଲେ ବୋଲି ଟ୍ରମ୍ପଙ୍କ ଜୀବନ ବଂଚିଗଲା।
ବଡ଼ ଠାକୁରଙ୍କ କୃପାରୁ ବନ୍ଧୁକରୁ ବାହାରିଥିବା ଗୁଳିଟି ତାଙ୍କ କାନ ପାଖ ଦେଇ ଚାଲି ଯାଇଥିଲା। ଏହା ଏକ ଚମତ୍କାରଠୁ କମ୍ ନୁହେଁ ବୋଲି କହିଛନ୍ତି ଇସ୍କନ କୋଲକାତାର ଉପସଭାପତି ତଥା ପ୍ରବକ୍ତା ରାଧାରମଣ ଦାସ କହିଛନ୍ତି।