thelifelinemedia
Latest Odisha News, Breaking News Today

ଫେରିଲେ ଲୀଳାମୟ.. ସିଂହଦ୍ୱାରରେ ତିନି ରଥ

ପୁରୀ:ସରିଲା ଦାରୁବ୍ରହ୍ମଙ୍କ ଜନ୍ମବେଦୀ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ତିନି ଠାକୁର। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚି ସାରିଛି।ଘୋଷଯାତ୍ରାରେ ଗୁଣ୍ଡିଚା ଘର ଯାଇଥିବା ମହାପ୍ରଭୁ ଫେରିଛନ୍ତି। ବାହୁଡ଼ାଯାତ୍ରାର ସମସ୍ତ ନୀତି ଶେଷ ହୋଇଛି l ତେବେ ଗତକାଲି ବାହୁଡା଼ ଯାତ୍ରାର ବିଶେଷତ୍ୱ ହେଉଛି ନିର୍ଦ୍ଧାରିତ ସମୟ ପରେ ସନ୍ଧ୍ୟାରେ ରଥ ଟଣା l ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସନ୍ଧ୍ୟା ପରେ ମଧ୍ୟ ଟଣାଯାଇ ପ୍ରାୟ ରାତି ୯ଟା ୧୫ରେ ଲାଗିଥିଲା ସିଂହଦ୍ୱାରରେ l ଏଭଳି ବିଳମ୍ବିତ ସନ୍ଧ୍ୟାରେ ପୂର୍ବରୁ କେବେ ରଥ ଟଣା ଯାଇନଥିବା ଜଣାପଡିଛି l ସନ୍ଧ୍ୟା ୭ ପୂର୍ବରୁ ତାଳଧ୍ଵଜ ଓ ଦର୍ପଦଳନ ରଥ ସିଂହଦ୍ୱାର ରେ ଲାଗିଥିଲେ ମଧ୍ୟ ନନ୍ଦିଘୋଷ ରଥ ଲଷ୍ମୀନାରାୟଣ ଭେଟ ପାଇଁ ଅଟକିଥିଲା ଶ୍ରୀନହର ସମ୍ମୁଖରରେ।ଲଷ୍ମୀନାରାୟଣ ଭେଟ ଗଜପତିଙ୍କ ଦ୍ୱାରା ସମ୍ପନ୍ନ ପ୍ରାୟ ୮ଟା ୨୫ରେ ସମ୍ପନ୍ନ ହୋଇଥିଲା। ସିଂହଦ୍ୱାରରୁ ଅଳ୍ପ ଦୂରରେ ରଥ ଥିବାରୁ ରଥକୁ ପ୍ରଶାସନ ଟାଣିବାର ଅନୁମତି ଦେଇଥିଲା। ଉଜ୍ବଳ ଆଲୋକ ଲଗାଯାଇ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା। ପରେ ୯ଟା ୧୫ରେ ରଥ ଲାଗିବାପରେ ପ୍ରାୟ ରାତି ଗୋଟାଏରେ ରଥ ଉପରେ ମହାପ୍ରଭୁଙ୍କ ମହାସ୍ନାନ ସହ ସମସ୍ତ ନୀତି ଶେଷ ହୋଇଥିଲା।ଆଜି ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି ଅନୁଷ୍ଠିତ ହେବା।ଆସନ୍ତା କାଲି ମହାପ୍ରଭୁଙ୍କ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।ତେବେ ଶୃଙ୍ଖଳିତ ଭାବେ ବାହୁଡା଼ ଯାତ୍ରା ଶେଷ ହୋଇଥିବାରୁ ମୂଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Leave A Reply

Your email address will not be published.