thelifelinemedia
Latest Odisha News, Breaking News Today

୪୭ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର

ପୁରୀ:ଖୋଲିଲା ରତ୍ନ ଭଣ୍ଡାର। ବାହାର ଓ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି। ଲମ୍ବା ସମୟ ଧରି କମିଟି ସଦସ୍ୟ ଭିତରକୁ ଯାଇଥିଲେ। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଗଲା। ସେଠିଥିବା ସବୁ ଗଛିତ ଅଳଙ୍କାରକୁ ଯାଞ୍ଚ ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖା ଯାଇଛି। ପରେ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଉଦ୍ୟମ କରାଗଲା। ତିନୋଟି ତାଲା ଥିଲା କିନ୍ତୁ କୌଣସି ତାଲା ଖୋଲିଲା ନାହିଁ। ଶେଷରେ ତାଲାକୁ ଭଙ୍ଗାଗଲା। ଭିତର ରତ୍ନ ଭଣ୍ଡାରରେ ଅନେକ ସିନ୍ଦୁକ ଏବଂ ଆଲମିରା ରହିଛି।ପ୍ରଥମେ ଶ୍ରୀଲୋକନାଥଙ୍କ ନିକଟରେ କରାଯାଇଥିଲା ପୂଜାପାଠ। ଏହାପରେ ମା ବିମଳା ଏବଂ ମା ଲକ୍ଷ୍ମୀଙ୍କ ନିକଟରୁ ଅନୁମତି ଆସିବା ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଛି। ଏହା ନିର୍ଦ୍ଧାରିତ ସମୟ ୧ ଟା ୨୮ମିନଟରେ ଖୋଲିବା ପରେ ବାହାର ରତ୍ନ ଭଣ୍ଡାରକୁ ତଦାରଖ କରିଛନ୍ତି କମିଟ।

ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମ୍‌ଓ ପକ୍ଷରୁ ଟୁଇଟ୍‌ କରାଯାଇଛି । ‘ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର’ । ‘ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଗଲା’ । ‘ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ’ । ତୁମ ଇଚ୍ଛାରେ ଓଡିଆ ଜାତି ଆଜି ଆଗକୁ ବଢୁଛି । ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।ଭିତର ରତ୍ନଭଣ୍ଡାର ୩ଟି ତାଲା ଭଙ୍ଗା ଯାଇଛି। ତା’ପରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ସଦସ୍ୟମାନେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କରିଥିଲେ। ସବୁ ଅଳଙ୍କାର ଆଲ୍‌ମିରା ଓ ସିନ୍ଦୁକରେ ଥିବା ବାହାରୁ ଦେଖିଥିବା କହିଛନ୍ତି। ହେଲେ କୌଣସି ଆଲ୍‌ମିରା ଓ ସିନ୍ଦୁକ ଖୋଲାଯାଇ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି । ବାହାର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାମ ବହୁତ ସମୟ ଲାଗିଗଲା । କାଲି ବାହୁଡ଼ା ଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି ଆଉ ଦିନେ ଖୋଲାଯିବ ।ବାହୁଡ଼ା, ସୁନାବେଶ ସରିବା ପରେ ଆଉ ଦିନେ ନିର୍ଦ୍ଧାରଣ କରାଯିବ

Leave A Reply

Your email address will not be published.