thelifelinemedia
Latest Odisha News, Breaking News Today

ଟ୍ରମ୍ପଙ୍କୁ ଗୁଳିମାଡ଼.. ଅଳ୍ପକେ ବର୍ତ୍ତିଗଲେ ଆମେରିକାର ପୂର୍ବତନ

ରାଷ୍ଟ୍ରପତିବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି । ପେନସିଲଭାନିଆରେ ଏକ ରାଲି ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିବା କଥା କୁହାଯାଉଛି। ଏଥିରେ ଟ୍ରମ୍ପ ଆହତ ହୋଇଛନ୍ତି।ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଛି।କାନରୁ ରକ୍ତସ୍ରାବ ହେଉଥିବା ସମୟରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଯିଏ ଗୁଳିମାଡ଼ କରିଥିଲେ ସେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଛି।ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି । ଏହାସହ ରାଲିରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ଟ୍ରମ୍ପ ସୁରକ୍ଷିତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି ।ଟ୍ରମ୍ପ ବିପଦମୁକ୍ତ ଥିବା ନେଇ ସୂଚନା ଜାରି କରାଯାଇଛି ।

ଏହି ଗୁଳିମାଡକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେମୋଦି ଲେଖିଛନ୍ତି, ମୋର ବନ୍ଧୁ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣର ମୁଁ ଅତ୍ୟନ୍ତ ଦୁଃଖିତ । ରାଜନୀତିରେ ଏବଂ ଗଣତନ୍ତ୍ରରେ ହିଂସା କୌଣସି ସ୍ଥାନ ନାହିଁ । ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତ ଓ ଆହତଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆଗକୁ ଆମେରିକାରେ ନିର୍ବାଚନ। ତା ପୂର୍ବରୁ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି।

Leave A Reply

Your email address will not be published.