thelifelinemedia
Latest Odisha News, Breaking News Today

ଦିଲ୍ଲୀରେ ପ୍ରବଳ ବର୍ଷା

ଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା। ଆଜି ସକାଳୁ ଦିଲ୍ଲୀରେ ବର୍ଷା ଲାଗି ରହିଛି। ଫଳରେ କିଛି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ପାଣି ଜମି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ମେଘର ଏକ ପରଦା ସହର ଏବଂ ଏହାର ଆଖପାଖ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି ଫଳରେ

ଦୃଶ୍ୟମାନତା ହ୍ରାସ କରିଛି

ବିଶେଷ କରି ଜନପଥ, ଆଇଟିଓ, ମିଣ୍ଟୋ ରୋଡ୍, ଆଶ୍ରମ, ଆନନ୍ଦ ବିହାର, ମୟୂର ବିହାର, ନୋଏଡା ଏବଂ ଫରିଦାବାଦର ଅନେକ ସ୍ଥାନରେ ସକାଳେ ବର୍ଷା ହୋଇଛି। ବାରାପୁଲ୍ଲା ଫ୍ଲାଏଓଭର ସମେତ କିଛି ଅଞ୍ଚଳରେ ପାଣି ଜମା ହୋଇଥିବା ଜଣାଯାଇଛି। ସହରରେ ମେଘୁଆ ଆକାଶ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଆଗକୁ ଦୁଇ ତିନି ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ।ସାଧାରଣତଃ ଦିଲ୍ଲୀରେ ବର୍ଷା ଝରି ଲାଗି ରହିଲେ ପୁରା ସହରରେ ପାଣି ଜମି ରହେ। ପୁରା ସ୍ଥିତି ବେହାଲ ହୋଇଯାଏ। ଡ୍ରେନେଜ ନିଷ୍କାସନ ଠିକ ଭାବେ ହୋଇ ନପାରିବାରୁ ଦିଲ୍ଲୀରେ ବର୍ଷା ଦିନେ ଏଭଳି ସ୍ଥିତି ଲାଗିରୁହ।

Leave A Reply

Your email address will not be published.