ସାତ ଜନ୍ମର ସାଥି ହେଲେ ଅନନ୍ତ_ରାଧିକା

ମୁମ୍ବାଇ:ଧୂମଧାମରେ ସମ୍ପନ୍ନ ହେଲା ଦେଶର ବହୁଚର୍ଚ୍ଚିତ ଅମ୍ବାନୀ ପରିବାରର ବିବାହ କାର୍ୟ୍ୟକ୍ରମ। ଅନନ୍ତ ଅମ୍ବାନୀଙ୍କ ହାତ ଧରିଛନ୍ତି ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ। ଦୁହେଁ ସାତ ଜନ୍ମର ସାଥି ହୋଇଛନ୍ତି।ସାରା ଦେଶର ନଜର ରହିଥିଲା ଏହି ଗ୍ରାଣ୍ଡ ମ୍ୟାରେଜ ପାର୍ଟି ଉପରେ। ବାହାଘରରେ ସାମିଲ ହୋଇଥିଲେ ବିଶ୍ବର ବଡ ବଡ ଚେହେରା । ବଲିଉଡ୍ ହଲିଉଡର ଶତାଧିକ କଳାକାର ଏହି ଗ୍ରାଣ୍ଡ ଓ୍ବେଡିଂର ଚମକ ବଢାଇ ଦେଇଛନ୍ତି ।ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ଏହି ବାହାଘରରେ। ରାଜନୀତି ଠାରୁ ଆରମ୍ଭ କରି ସିନେମା, କ୍ରୀଡା, ସଙ୍ଗୀତ ଓ ବ୍ୟବସାୟ କ୍ଷେତ୍ରର ଅନେକ ବଡ଼ ଚେହେରା ଏହି କାର୍ୟ୍ୟକ୍ରମରେ ନଜର ଆସିଥିଲେ। ୫ହଜାର କୋଟି ବ୍ୟୟରେ ହେଉଥିବା ଏହି ବାହାଘରରେ ପ୍ରାୟ ୨୫୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶରୁ ଅତିଥିମାନେ ମଧ୍ୟ ଆସିଛନ୍ତି। ସେମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାର,ସାମସଙ୍ଗ ସିଇଓ ଏକାର୍ଦାସିଆନ୍ ସିଷ୍ଟର୍ସ ରହିଛନ୍ତି। ବିବାହରେ ପ୍ରସିଦ୍ଧ ଗାୟକ ହନି ସିଂହଙ୍କ ପରଫରମାନ୍ସ ସହ ରଣବୀର ସିଂହଙ୍କ ନୃତ୍ୟ ବିବାହ କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲଗାଇ ଦେଇଥିଲା।ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସ୍ଙ୍କ ସହ ଧୁମ୍ ନାଚିଥିଲେ। ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅମିତାଭ ବଚନ ଓ ତାଙ୍କ ପରିବାର, ଅନିଲ କପୁର, ସଲ୍ମାନ୍ ଖାନ୍, ଶାହରୁଖ୍ -ଗୌରୀ, କ୍ୟାଟ୍ରିନା କୈଫ୍-ଭିକି କୌଶଲ୍, ଜନ୍ ସିନା, ଅର୍ଜୁନ କପୁର, ରଣବୀର ସିଂ, ସଞ୍ଜୟ ଦତ୍ତ ଏବଂ ଆଲିଆ ଭଟ୍ଟ ପ୍ରମୁଖ ଏହି ବାବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହିପରି କ୍ରିକେଟ୍ ଜଗତରୁ ବି ସାମିଲ ହୋଇଛନ୍ତି ବହୁ ନାମୀଦାମୀ ଖେଳାଳି। ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ, ଶ୍ରୀକାନ୍ତ, ତିଲକ ବର୍ମାଙ୍କୁ ଦେଖିବାକୁ ମିଳିଛି ଅମ୍ବାନି ପରିବାରର ବିବାହ ଉତ୍ସବରେ । ଲାଲୁ ଯାଦବଙ୍କ ପୁରା ପରିବାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି