thelifelinemedia
Latest Odisha News, Breaking News Today

ଆସିଥିଲେ ଏସପି ଅଫିସ.. ହୃଦଘାତରେ ଚାଲିଗଲା ଜୀବନ

ବାଲେଶ୍ୱର:ହୃଦଘାତ ନେଇଗଲା ଜୀବନ। ସରକାରୀ କାମରେ ଏସପି ଅଫିସକୁ ଯାଇଥିଲେ।କିନ୍ତୁ ସେଠାରୁ ଆଉ ଫେରିଲନାହିଁ। ଏସପି ଅଫିସରେ ହୃଦଘାତ ହେଲା। ଚାଲିଗଲା ଜୀବନ। ଏମିତି ଏକ ମୃତ୍ୟୁର ଶିକାର ହୋଇଛନ୍ତି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଧିନସ୍ଥ କମର୍ଦ୍ଦା ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ରାଧାଗୋବିନ୍ଦ ମଢୁଆଳ।

ବାଲେଶ୍ଵର ଏସପିଙ୍କ ଅଫିସକୁ ସରକାରୀ କାମରେ ଯାଇଥିଲେ। ସେଠାରୁ କାମ ସାରି ଜଣେ ସମ୍ପର୍କୀୟଙ୍କ ବ୍ରତଘର କାମରେ ସାମିଲ ହୋଇଥାନ୍ତେ। ହେଲେ ବାଟରେ ଛକି ବସିଥିଲା ମୃତ୍ୟୁ। ହୃଦଘାତରେ ରାଧାଗୋବିନ୍ଦଙ୍କ ଜୀବନ ଚାଲିଗଲା। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ କମର୍ଦ୍ଦା ଅଞ୍ଚଳ ସହିତ ତାଙ୍କ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ସ୍ବତନ୍ତ୍ର ପରିଚୟ ପାଇଥିଲେ ରାଧାଗୋବିନ୍ଦ। ସାଧାରଣ ଲୋକଙ୍କ ମହଲରେ ତାଙ୍କର ଲୋକପ୍ରିୟତା ଥିଲା। ଜନ ସମ୍ପର୍କ ରକ୍ଷା ପାଇଁ ମଧ୍ୟ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ। ତାଙ୍କ ବିୟୋଗରେ ସମଗ୍ର ବାଲେଶ୍ୱରରେ ଶୋକର ଛାୟା ଖେଳି ଯାଇଛି। ଜଳେଶ୍ଵର ଏସଡିପିଓ, କମର୍ଦ୍ଦା ଆଇଆଇସି ଏବଂ ଜଳେଶ୍ଵର ଆଇଆଇସିଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.