thelifelinemedia
Latest Odisha News, Breaking News Today

ରେଳ ବିକାଶରେ ଓଡିଶା ହେବ ମଜଭୁତ: ସୁରେଶ ପୂଜାରୀ

ଭୁବନେଶ୍ୱର:ରେଳ ବିକାଶରେ ଓଡିଶା ଆହୁରି ମଜଭୁତ ହେବ।ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଓଡ଼ିଶାର ବିଜେଡି ସରକାରରେ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ଥିଲା। ଏହି ପ୍ରସଙ୍ଗରେ ଆଗାମୀ ଦିନରେ ରେଳ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ସହିତ ସମସ୍ତ ପ୍ରକଳ୍ପର ଅଗ୍ରଗତି ବାବଦରେ ଏକ ସମୀକ୍ଷା ବୈଠକ କରାଯିବ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ସମାପନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ଦିଲ୍ଲୀରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ ପୂର୍ବଦ୍ୟୋୟ ଭାରତର ବିକାଶକୁ ପ୍ରଧାନ୍ୟ ଦେଇ ଆସୁଛନ୍ତି ଏବଂ ଏଥି ସହ ଓଡିଶାର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି । ବିଶେଷ ଭାବେ ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ରେଳଯାତ୍ରୀଙ୍କ ସୁବିଧା ଓ ଗମନାଗମନ ସହିତ ରେଳବାଇ ପରିବହନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଗତ ୧୦ ବର୍ଷରେ ମୋଦି ସରକାର ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି । ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥୀକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହୋଇପାରିବ ବୋଲି ମୋଦିଜୀ ସଂକଳ୍ପବଦ୍ଧ ବୋଲି ସୁରେଶ ପୂଜାରୀ କହିଛନ୍ତି।

Leave A Reply

Your email address will not be published.