thelifelinemedia
Latest Odisha News, Breaking News Today

ଆସନ୍ତାକାଲିଠୁ ଛେଚିବ ବର୍ଷା

ଭୁବନେଶ୍ୱର:ଆସନ୍ତାକାଲିଠୁ ବଢିବ ବର୍ଷା। ସାରା ରାଜ୍ୟ ବର୍ଷା ଭିଜିବ।ରାଜ୍ଯରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ।ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ କିମ୍ୱା ୧୪ତାରିଖ ମଧ୍ଯରେ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛି ଜାଗାରେ ଘଢ଼ଘଡି ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ବର୍ତ୍ତମାନ ରାଜ୍ୟରେ ୨୮ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ସର୍ବାଧିକ ବର୍ଷା ପାରାଦୀପରେ ରେକର୍ଡ଼ ହୋଇଛି। ୭୩.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ମଧ୍ୟମ ବର୍ଷା ଲାଗି ରହିବ। ୧୪ ଓ ୧୫ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା ମୟୁରଭଞ୍ଜ କେଉଁଝର,ବାଲେଶ୍ୱର। ୧୩ ତାରିଖରେରେ ହାଲୁକା ମଧ୍ୟମ ଧରଣ ବର୍ଷ ସମ୍ଭାବନା ରହିଛି। ୧୪ ଏବଂ ୧୫ରେ ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧରଣ ବର୍ଷା ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ। ୧୫ତାରିଖରେ ରାୟଗଡ଼ା , ମାଲକାନଗିରି, କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

Leave A Reply

Your email address will not be published.