ରଥ ଉପରେ ମୋବାଇଲ ମନା:ଅରବିନ୍ଦ ପାଢ଼ୀ

ପୁରୀ:ରଥ ଉପରେ ଅନଧିକାର ପ୍ରବେଶ ଉପରେ ଲାଗିବ କଟକଣା l ରଥ ଉପରେ ଚଢିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରେ ଫୋଟୋ ଓ ସେଲ୍ଫି ନେବା ଉପରେ ମଧ୍ୟ କଡା କଟକଣା ରହିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ଏ ନେଇ ସବୁ ନିଯୋଗ ସହ ଏନେଇ ଆଲୋଚନା କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ। ଏଥିପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି।ନୀଳାଦ୍ରି ବିଜେର ୧୦ ଦିନ ପରେ କମିଟି ରିପୋର୍ଟ ଦେବ।କମିଟିର ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ପହଣ୍ଡି ବେଳେ ଯେମିତି ଘଟଣା ଘଟିଲା ତାହା ଘଟିବ ନାହିଁ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ ବୋଲି ଅରବିନ୍ଦ ପାଢ଼ୀ କହିଛନ୍ତି। ତେବେ ସବୁଠୁ ବଡ କଥା ଆଗକୁ
ଶ୍ରୀଜିଉଙ୍କ ନୀତି କିପରି ଭାବ ଶୃଙ୍ଖଳିତ ଭାବେ ହେବା ତା’ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। କିଭଳି ସମସ୍ତ ନିୟମ ଅନୁସାରେ ନୀତିକାନ୍ତି ହେବ ତାକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯିବ।ବାହୁଡା଼ ଯାତ୍ରାଠୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ କିଛି ଶୃଙ୍ଖଳିତ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି ଅରବିନ୍ଦ ପାଢ଼ୀ କହିଛନ୍ତି।