thelifelinemedia
Latest Odisha News, Breaking News Today

୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର

ଭୁବନେଶ୍ଵର:ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମରା ଯାଇଛି। ପ୍ରଥମରେ ସର୍ବନିମ୍ନ ମଜୁରୀ ବଢିବା ନେଇ ନିଷ୍ପତ୍ତି ଉପରେ ମୋହର ବାଜିଛି। ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀମାନଙ୍କର ଦୈନିକ ମଜୁରୀ ବଢିବ। ଅଣ କୁଶଳୀ ୩୫୨ ଟଙ୍କା ପାଉଥିଲେ ସେହି ରାଶିକୁ ୪୫୦ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଅର୍ଦ୍ଧ କୁଶଳୀଙ୍କ ପାଇଁ ୩୯୨ ରୁ ୫୦୦କୁ ବୃଦ୍ଧି ଏବଂ କୁଶଳୀଙ୍କ ପାଇଁ ୪୪୨ରୁ ୫୦୦ଟଙ୍କାକୁ ବୃଦ୍ଧି ହେବା ନେଇ ନିଷ୍ପତ୍ତି ହୋଇଛି। ଉଚ୍ଚ କୁଶଳୀ ଶ୍ରମିକ ପୂର୍ବରୁ ୫୦୨ଟଙ୍କା ପାଉଥିଲେ ଏବେ ତାହା ୬୦୨ଟଙ୍କାକୁ ବୃଦ୍ଧି କରାଯାଇଛି। ଦ୍ୱିତୀୟ ପ୍ରସ୍ତାବ ଓଡ଼ିଆ ଅସ୍ମିତା ପାଇଁ ଗଠନ ହୋଇଛି କରଫସ ଫଣ୍ଡ। ଏ ନେଇ ୨୦୦କୋଟି ରଖାଯାଇଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଧି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ଗାଇଡଲାଇନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି| ଏକ୍ସପଟଙ୍କୁ ନେଇ କମିଟି ଗଠନ ହେବ। ସେହିପରି ଉଠା ଜଳସେଚନ ବିଭାଗ ପ୍ରକଳ୍ପର ୨ହଜାର ୬୫ଗୋଟି ଅଚଳ ପ୍ରକଳ୍ପ ସଚଳ ହେବ। ୫ବର୍ଷ ଭିତରେ ୧ହଜାର ୪୪କୋଟି ୮୪ ଲକ୍ଷ ବିନିଯୋଗ ହେବ।ଅନ୍ୟପଟେ ପିଏମ କିଶାନରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ମାର୍ଗଦର୍ଶି ଅନୁଯାଇ ସାମିଲ କରାଯିବ।ସମସ୍ତ କୃଷକ ପରିବାର ହେବେ ପିଏମ କିସାନରେ ସାମିଲ। ସହରାଞ୍ଚଳରେ ରହୁଥିବା ଚାଷୀ ଯୋଗ୍ୟ ବିବେଚିତ କୃଷକ ପିଏମ କିସାନରେ ସାମିଲ ହେବେ। ୫ଲକ୍ଷ ରୁ ୬ଲକ୍ଷ ପର୍ଯ୍ୟନ୍ତ ଚାଷୀ ଯୋଗ୍ୟ ଥିଲେ। ୬ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Leave A Reply

Your email address will not be published.