
ପୁରୀ:ଆସନ୍ତା ୧୪ତାରିଖରେ ରତ୍ନ ଭଣ୍ଡାର ପ୍ରାୟତଃ ଖୋଲିବାକୁ ଯାଉଛି। ଆଇନ ମନ୍ତ୍ରୀଙ୍କ କହିଛନ୍ତି ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟ ନିଷ୍ପତି ଆସିବ। ଏସଓପି ନିର୍ଧାରଣ ହୋଇଛି ସେ ନେଇ ତର୍ଜମା ଚାଲିଛି। ତେବେ ୧୪ ତାରିଖରେ ବସିବ ରତ୍ନ ଭଣ୍ଡାର କମିଟି ବୈଠକ। ସକାଳ ୧୦ଟାରେ ବସିବ । ରତ୍ନ ଭଣ୍ଡାର ଭିତରକୁ ଯିବା ପୂର୍ବରୁ ପ୍ରଥମେ ଲୋକନାଥଙ୍କୁ ପୂଜା କରାଯିବ। ରତ୍ନ ଭଣ୍ଡାର ଖୋଲାଯିବା ପର୍ଯ୍ୟନ୍ତ କମିଟିର ସଦସ୍ୟ ମାନେ ଆମିଷ ଖାଉ ନାହାନ୍ତି। ପ୍ୟାଣ୍ଟ ସାର୍ଟ ପିନ୍ଧି ଭିତରକୁ ଯାଇ ହେବନି। ସେବାୟତମାନେ ଯାହା ନିଷ୍ପତ୍ତି ନେବେ ସେହି ଡ୍ରେସ୍ କୋଡରେ ଭିତରକୁ ଯିବୁ। ରତ୍ନ ଭଣ୍ଡାରରୁ ସମସ୍ତ ରତ୍ନ ରତ୍ନ ଭଣ୍ଡାର ପାଖପାଖି ସ୍ଥାନକୁ ଅଣାଯିବ। ଏହି ସ୍ଥାନ ଶ୍ରୀମନ୍ଦିର ପ୍ରଶାସନ ଚିହ୍ନଟ କରିଛି। କଡା ସୁରକ୍ଷା ମଧ୍ୟରେ ଗଣତି ମଣନ୍ତି ଓ ମରାମତି କରାଯିବ। ରତ୍ନ ଭଣ୍ଡାରକୁ ଯିବା ପୂର୍ବରୁ ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି। ଏବେ ରାଜ୍ଯ ସରକାରଙ୍କ ଅନୁମୋଦନ ଅପେକ୍ଷା କରାଯାଇଛି ବୋଲି ରତ୍ନ ଭଣ୍ଡାର କମିଟି ସଦସ୍ୟ
କହିଛନ୍ତି।
ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ରତ୍ନ ଭଣ୍ଡାର ଖୋଲିବାକୁ ନେଇ। ରତ୍ନଭଣ୍ଡାର ଭିତରେ କି କି ରତ୍ନ ଅଳଙ୍କାର ରହିଛି, କେତେ ପରିମାଣର ରହିଛି ଏ ସବୁ ଜାଣିବା ପାଇଁ ଅନେକ ଚାହିଁ ରହିଛନ୍ତି। ଅପରପକ୍ଷେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଏବେ ବି ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ପ୍ରଥମେ ଡୁପ୍ଲିକେଟ ଚାବିରେ ତାଲା ଖୋଲିବାକୁ ପ୍ରୟାସ କରାଯିବ। ତାହେଲେ ପ୍ରଥମ କାମ ହେଲା ରତ୍ନଭଣ୍ଡାରର ମରାମତି କରାଯିବ । ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ମଣତି ଗଣତି କରାଯିବ । କିନ୍ତୁ ମରାମତି କାମ ପାଇଁ ଆବଶ୍ୟକ ପଡିଲେ ସୁନା ଅଳଙ୍କାରକୁ କେଉଁଠାରେ ସୁରକ୍ଷିତ ରଖାଯିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେବେ ମଣତି ଗଣତି ପାଇଁ ଜଣେ ଦକ୍ଷ ବଣିଆଙ୍କୁ ଅଣାଯିବ ଯିଏକି ଅଳଙ୍କାର ଗୁଡିକର ସଠିକ ଓଜନ କରିବା ସହ ଅଳଙ୍କାର ଗୁଡିକର ଚରିତ୍ର ନିର୍ଦ୍ଧାରଣ କରିପାରିବେ।