thelifelinemedia
Latest Odisha News, Breaking News Today

ଆସୁଛି କି ମହାବିପତ୍ତି!.. ଭାଇରାଲ ହେଉଛି ମାଳିକା ଲେଖା

ବ୍ୟୁରୋ: ବଡ଼ ଅଘଟଣ ଆସୁଛି କି? ମାଳିକା ଲେଖା ଯାହା ରହିଛି ସେହି ଅନୁସାରେ ଘଟଣା ଘଟିବାକୁ ଯାଉଛି କି? ବଡଠାକୁର ବଳଭଦ୍ର ମୁହାମାଡି ତଳେ ପଡ଼ିଯିବ ଘଟଣା ପୁରା ଭକ୍ତ ସମାଜକୁ ଆନ୍ଦୋଳିତ କରିଛି। ଏବେ ସୋସିଆଲ ମିଡ଼ିଆରେ ଏକ ମାଳିକା ଲେଖା କୁହାଯାଉଛି ପଂକ୍ତି ଘୁରି ବୁଲୁଛି। ଯେଉଁଥିରେ ଲେଖା ଅଛି ଯେ ଅସାବଧାନତା ଯୋଗୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡ଼ିଯାଆନ୍ତି ତେବେ ରାଜାଙ୍କର ଓ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡ଼ିବ। ମହାମାରୀ ବାରମ୍ବାର ହେବ। ଏପରି ଲେଖା ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏ ଲେଖାର ସତ୍ୟତା ଜଣାନାହିଁ। କିନ୍ତୁ ଏଇ ଲେଖାକୁ ଦେଖି ସାଧାରଣରେ ଭୟ ସୃଷ୍ଟି ହୋଇଛି।

ସମ୍ଭବତଃ ରଥଯାତ୍ରା ଇତିହାସରେ ପ୍ରଥମଥର ପାଇଁ ଏପରି ଅଭାବନୀୟ ଘଟଣା ଘଟିଛି। ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡି ବେଳେ ଚାରମାଳ ଉପରେ ମୁହଁମାଡ଼ି ପଡି ଯାଇଥିଲେ ବଡ଼ଠାକୁର ମହାପ୍ରଭୁ ବଳଭଦ୍ର। ଏ ଘଟଣାକୁ ସହଜରେ କେହି ବିଶ୍ୱାସ କରି ପାରୁନାହନ୍ତି।

Leave A Reply

Your email address will not be published.