ପହଣ୍ଡି ଅଘଟଣ ଅକ୍ଷମଣୀୟ ତ୍ରୁଟି: ବିଜେଡି

ଭୁବନେଶ୍ୱର:ପହଣ୍ଡି ଅଘଟଣ ଅକ୍ଷମଣୀୟ ତ୍ରୁଟି। ବଡଠାକୁର ବଳଭଦ୍ର ତଳେ ପଡ଼ିଯିବ ଅକ୍ଷମଣୀୟ ତ୍ରୁଟି ବୋଲି ବିଜେଡି କହିଛି।ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହା ସାଢେ଼ ୪ କୋଟି ଓଡିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଯେଉଁଭଳି ଭାବେ ବଡ ଠାକୁର ପଡିଗଲେ ତାକୁ ନେଇ ସମସ୍ତେ ବ୍ୟଥିତ, ମର୍ମାହତ, ଲଜ୍ଜିତ। ଏଭଳି ଅଭାବନୀୟ ଘଟଣା, ଲଜ୍ଜା ଜନକ ଘଟଣାକୁ ନେଇ ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସମସ୍ତେ ଦୁଃଖିତ। ଏହା ଠାକୁରଙ୍କ ଇଚ୍ଛା କହିବା ଅତ୍ୟନ୍ତ ଦୁଃଖଦାୟକ। ଆଜି ଠାରୁ ନୀଳାଦ୍ରି ବିଜେ ଯାଏଁ ଠାକୁରଙ୍କ ନୀତିକାନ୍ତି କେମିତି ଶୃଙ୍ଖଳିତ ହେବ ତାହା ସରକାରଙ୍କ ପ୍ରଥମ ଦାୟିତ୍ଵ ହେଉ।
ଏ ଅକ୍ଷମଣୀୟ ତ୍ରୁଟି କୁ ନେଇ ମହାପ୍ରଭୂଙ୍କ ଇଚ୍ଛା କହିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି। ଆମେ ସରକାରଙ୍କୁ ଅନୁରୋଧ କରୁଛୁ ସମ୍ପୂର୍ଣ୍ଣ ରଥଯାତ୍ରା କାର୍ଯ୍ୟ ଓ ନୀତି କିଭଳି ସୁଚାରୁ ରୂପେ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବିଜେଡି ନେତ୍ରୀ ତଥା ଭୁବନେଶ୍ୱର ମେୟର ସୁଲୋଚନା ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି।