ରିୟା ଦେଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର:ଓଡ଼ିଆ ଅଭିନେତ୍ରୀ ରିୟା ଦେ ନାଁରେ ଥାନାରେ ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ରିୟାଙ୍କ ଘରେ କେୟାର ଟେକରଭାବେ କାମ କରୁଥିବା ଜଣେ ଯୁବତୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀ ଜଣକ କହିଛନ୍ତି ରିୟା ଏବଂ ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉ ଆସୁଛନ୍ତି । ରିୟାଙ୍କ ସ୍ୱାମୀ ବିୟର ବୋତଲରେ ତାଙ୍କୁ ବାଡେଇଛନ୍ତି ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ।
ଦେଢ଼ ବର୍ଷ ହେବ ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆସିବା ପରେ ଏବେ ରିୟାଙ୍କ ପାଇଁ ଅଡୁଆ ବଢିଛି। ରିୟା କୁଆଡେ ଯୁବତୀଙ୍କୁ ବାହାର ପଟୁ ଲକ କରି ରଖୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯୁବତୀ। ଏ ନେଇ ସେ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରୁଛି ।