thelifelinemedia
Latest Odisha News, Breaking News Today

୫୦୦କୋଟି କ୍ଳବରେ କଳକୀ

ବ୍ୟୁରୋ:ବହୁ ପ୍ରତିକ୍ଷୀତ ଫିଲ୍ମ କଳକୀ ୨୮୯୮କୁ ବଡ ସଫଳତା ମିଳିଛି। ଫିଲ୍ମଟି ୫୦୦ କୋଟି କ୍ଳବରେ ସାମିଲ ହୋଇଛି। ଭାରତୀୟ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରିଛି ସିନେମା। ନାଗ୍‌ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକାସଙ୍ଗ‌େ ହିନ୍ଦୀ ସମେତ ତେଲଗୁ, ତାମିଲ, କନ୍ନଡ, ମାଲାୟଲମ୍‌ ଭାଷାରେ ରିଲିଜ୍‌ ହୋଇଛି। ପ୍ରଭାସଙ୍କ ସହ ଦୀପିକା ପାଦୁକୋନ୍‌, ଅମିତାଭ ବଚ୍ଚନ, କମଲ ହାସନ, ଦିଶା ପଟାନୀ, ପଶୁପତି ରାମସ୍ବାମୀ, ଶାଶ୍ବତ ଚାଟାର୍ଜୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।ଅନ୍ୟପଟେ ଫିଲ୍ମକୁ ନେଇ ଅନେକ ସକରାତ୍ମକ ପ୍ରତିକ୍ରିୟା ଆସୁଥିବା ବେଳେ ଚଳଚିତ୍ର ଅଭିନେତା ମୁକେଶ ଖାନାଙ୍କ ବିବାଦୀୟ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ବିହାର ଏବଂ ଓଡ଼ିଶାର ଲୋକଙ୍କ ପାଇଁ ନୁହେଁ ’କଳକୀ’ ସିନେମା । ଏହା ପାଶ୍ଚାତ୍ୟ ଦେଶ ହୋଇଥିବାବେଳେ ବିହାର ଏବଂ ଓଡ଼ିଶାର ଲୋକେ ଏହାକୁ ବୁଝି ପାରିବେ ନାହିଁ । ନିଜର ୟୁଟ୍ୟୁବ ଚ୍ୟାନେଲରେ ’କଳକୀ’ ୨୮୯୮ ସିନେମାର ରିଭ୍ୟୁ ଦେବାକୁ ଯାଇ ଏଭଳି କହିଛନ୍ତି ଜଣାଶୁଣା ଅଭିନେତା ମୁକେଶ ଖାନ୍ନା । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ ହେବାରେ ଲାଗିଛନ୍ତି । ୟୁଜର୍ସମାନେ ତାଙ୍କୁ ବିଭିନ୍ନ କମେଣ୍ଟ କରିବା ସହ ଟ୍ରୋଲ ମଧ୍ୟ କରୁଛନ୍ତି। ସେ ଯାହା ହେଉ ନାଁ କାହିଁକି ଫିଲ୍ମଟି ଆଶାତୀତ ବ୍ୟବସାୟିକ ସଫଳତା ପାଇଛି।

ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍‌କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା । ଏବେ ବି କଳକୀର କ୍ରେଜ ରହିଛି। ରିଲିଜ ହେବାର ସପ୍ତାହ ପରେ ବି ହାଉସଫୁଲ ରହୁଛି ସିନେମା କଳକୀ।

Leave A Reply

Your email address will not be published.