thelifelinemedia
Latest Odisha News, Breaking News Today

ଜୀବନ ନେଲା ମଣିଷ ଖିଆ ଏମିବା

ବ୍ୟୁରୋ: କେରଳରେ ପୁଣି ଭୟ ଖେଳାଇଛି ମଣିଷ ଖିଆ ଏମିବା। ଜଣେ ୧୪ ବର୍ଷର ବାଳକର ଜୀବନ ନେଇଛି ମସ୍ତିଷ୍କ ଖାଉଥିବା ଏମିବା ପୋଖରୀରେ ଗାଧେଇବା ସମୟରେ ପିଲାଟିର ନାକ ବାଟ ଦେଇ ଏମିବା ଶରୀରରେ ପ୍ରବେଶ କରିଥିଲା। ପରେ ମସ୍ତିଷ୍କକୁ ସଂକ୍ରମିତ କରିଥିଲା। ଦେହ ଅସୁସ୍ଥ ହେବାରୁ ପିଲାଟିକୁ ମେଡିକାଲ ନିଆ ଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଛି। କେରଳରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଦୁଇ ଜଣଙ୍କ ଜୀବନ ନେଇ ସରିଛି ମଣିଷ ଖିଆ ଏମିବା।

ଏହା ଏକ ବିରଳ ପ୍ରକାରର ମସ୍ତିଷ୍କ ସଂକ୍ରମଣ ଯାହା ନାଗେଲେରିଆ ଫାଉଲେରୀ ଦ୍ୱାରା ହୋଇଥାଏ।ଏହା ନାକ ଦେଇ ଶରୀରକୁ ପ୍ରବେଶ କରି ଲୋକଙ୍କୁ ସଂକ୍ରମିତ କରେ । ନାକର ପତଳା ଚର୍ମ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ । ଏହି ରୋଗର ଲକ୍ଷଣ ହେଉଛି ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି ହେବ ।ଏହା ଦୂଷିତ ପାଣିରେ ମିଳିଥାଏ ।ହ୍ରଦ ଏବଂ ନଦୀ, ସୁଇମିଂ ପୁଲ୍, ପାର୍କ ପରି ସ୍ଥାନ ଗୁଡିକରେ ନାଗଲେରିଆ ଫାଉଲେରୀ ଏମିବା ଦେଖିବାକୁ ମିଳେ। ମସ୍ତିଷ୍କ ଖାଉଥିବା ଏମିବା ସମସ୍ତ ମହାଦେଶରେ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଭାରତ ସମେତ ୧୬ରୁ ଅଧିକ ଦେଶରେ ଏହା (PAM) ପିଏଏମର କାରଣ ବୋଲି ଘୋଷଣା କରାଯାଇଛି।

Leave A Reply

Your email address will not be published.