thelifelinemedia
Latest Odisha News, Breaking News Today

ଦରଦାମ ବୃଦ୍ଧିକୁ ନେଇ ବିଜେପି ସରକାରକୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର:ରାଜ୍ୟରେ ଦରଦାମ ବୃଦ୍ଧିକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି। ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ବିଜେପି ସରକାର ଦରଦାମ ଆକାଶଛୁଆଁ କରିଛନ୍ତି ବୋଲି ବିଜେଡି କହିଛି। ଶଙ୍ଖ ଭବନରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଥିଲେ । ପ୍ରମିଳା କହିଥିଲେ, ରାଜ୍ୟରେ ପରିବର୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି । ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ, ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧି ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ବିଜେଡି କହିଛି।ମନ୍ତ୍ରୀ କହୁଛନ୍ତି ଏଥିରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଏହା ଅତ୍ୟନ୍ତଦୁର୍ଭାଗ୍ୟଜନ କଥା।ଲୋକେ ଅତିଷ୍ଠ ହେଲେଣି । ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ୍ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ। ଏଠି ଡବଲ ଇଂଜିନ ସରକାର। ଛୋଟ ଇଂଜିନ ବଡ଼ ଇଂଜିନକୁ ସହାୟତା ମାଗନ୍ତୁ। ସହାୟତାର ହାତ ମାଗନ୍ତୁ।ଏହା ସହ ଷ୍ଟକ ମାଗନ୍ତୁ। ରାଜ୍ୟ ସରକାର ନିଜେ କିଣି ଅତ୍ୟାବଶକୀୟ ଜିନିଷ ଲୋକଙ୍କୁ ଶସ୍ତାରେ ବିକନ୍ତୁ ବୋଲି ବିଜେଡି କହିଛି।

ସାମ୍ପ୍ରତିକ ସ୍ଥିତିରେ ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ ବଢ଼ି ଚାଲିଛି । ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ହୋଇଛି। ଦରଦାମ ବୃଦ୍ଧି ହାଣ୍ଡିଶାଳ ଉପରେ ପ୍ରଭାବ ପକାଉଛି। ଖାସକରି ଖଟିକିଆ ଏବଂ ମଧ୍ୟବିତ୍ତ ପରିବାର ହଇରାଣ ହେଉଛନ୍ତି।ଯାହାକୁ ନେଇ ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଏହାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି।

Leave A Reply

Your email address will not be published.