thelifelinemedia
Latest Odisha News, Breaking News Today

ଲୋକଙ୍କ ପାଖରେ ସରକାର ୨୪ ଘଣ୍ଟା ଉତ୍ତରଦାୟୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଲୋକମାନଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ।୨୪ଘଣ୍ଟା ଲୋକଙ୍କ ଉତ୍ତରଦାୟୀ ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ସଚିବଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଜନପ୍ରତିନିଧି ଭାବରେ ଏବଂ ସରକାର ଭାବରେ ଆମେ ଲୋକଙ୍କ ଭିତରେ ରହିବାର ପ୍ରତିବଦ୍ଧତା ନେଇ କାମ କରୁଛୁ । ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶୃତି ଗୁଡିକ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ,ତାହା ଆପଣମାନଙ୍କର ଗୁରୁଦାୟିତ୍ବ। ତେଣୁ ସେ ଦିଗରେ କାମ ଆରମ୍ଭ କରିବାକୁ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

୧୨ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓଡିଶାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ୨୦୪୭ରେ ମଧ୍ୟ ଦେଶର ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ। ତେଣୁ ଉଭୟ ଭିଜନକୁ ଦୃଷ୍ଟିରେ ରଖି ଆମକୁ ଓଡିଶା ପାଇଁ ଏକ ଭିଜନ-୨୦୩୬ ପ୍ରସ୍ତୁତ କରିବାକୁ ହେବ । ଗତ ୨୪ ବର୍ଷ ମଧ୍ୟରେ ଯାହା ହୋଇପାରି ନାହିଁ, ତାକୁ ଏହି ୫ ବର୍ଷରେ କରିବାକୁ ପଡିବ। ଏହାର ସଫଳତା ପାଇଁ ଏହି ୫ ବର୍ଷରେ କଠିନ ପରିଶ୍ରମ କରି ସବୁ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.