ସ୍ମଶାନ ପାଲଟିଲା ସତସଙ୍ଗ.. ମୃତ୍ୟୁ ସଂଖ୍ୟା ୧୨୨ ଛୁଇଁଲା

ବ୍ୟୁରୋ:ଉତ୍ତରପ୍ରଦେଶର ହାଥରସ ରତିଭାନପୁରରେ ମୃତ୍ୟୁର ତାଣ୍ଡବ ଖେଳିଯାଇଛି। ସତସଙ୍ଗ ବେଳେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୨ ଛୁଇଁଲାଣି । ଆହତଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ। ଏଥିରେ ଶତାଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି। ମୃତକଙ୍କ ମଧ୍ଯରେ ରହିଛନ୍ତି କେତେକ ଶିଶୁ ଓ ମହିଳା। ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।ଘଟଣାସ୍ଥଳକୁ ରାଜ୍ଯର ୨ଜଣ ବରିଷ୍ଠ ମନ୍ତ୍ରୀ ଯାଇ ସ୍ଥିତି ଅନୁଧ୍ଯାନ କରିଛନ୍ତି।
କେମିତି ହେଲା ଦଳା ଚକଟା ?
ଭୋଳା ବାବାଙ୍କ ସତସଙ୍ଗ ଚାଲିଥିଲା। ପ୍ରବଳ ସଂଖ୍ୟାରେ ଭିଡ଼ ଜମିଥିଲା। ସତସଙ୍ଗ ସରିବା ପରେ ଯେତେବେଳେ ଶ୍ରଦ୍ଧାଳୁମାନେ ବାହାରକୁ ବାହାରିବା ଆରମ୍ଭ କରିଥିଲେ, ସେତେବେଳେ ଦଳଚକଟା ଆରମ୍ଭ ହୋଇଯାଇଥିଲା । ଲୋକ ବାହାରକୁ ବାହାରିବା ଆରମ୍ଭ କରିଥିଲେ ।ଏହି ସମୟରେ କୌଣସି କାରଣରୁ ଲୋକାମାନେ ଦୌଡିବା ଆରମ୍ଭ କରିଥିଲେ ।ଫଳରେ କିଛି ଲୋକ ତଳେ ପଡିଯାଇଥିଲେ ଓ କିଛି ଲୋକ ସେମାନଙ୍କ ଉପରେ ଚଢି ଦୌଡିବା ଆରମ୍ଭ କରିଥିଲେ। ଫଳରେ ଏଭଳି ଏକ ଭୟାନକ ଘଟଣା ଘଟିଗଲା। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ଘଟଣା ବାବଦରେ ତଦନ୍ତ ଚାଲିଛି। ଏଥିରେ ଯିଏ ଦୋଷୀ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାକୁ ନେଇ ପୁରା ଦେଶରେ ଶୋକର ଛାୟା ଖେଳି ଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ବି ଏହି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନ୍ତି।