thelifelinemedia
Latest Odisha News, Breaking News Today

ରତ୍ନ ଭଣ୍ଡାର କେବେ ଖୋଲିବ ସରକାର ଘୋଷଣା କରିବେ.. ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ :ଆଇନ ମନ୍ତ୍ରୀ

କଟକ:ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ। ଏ ନେଇ ନିଷ୍ପତ୍ତି ସରିଛି।ଖୁବଶୀଘ୍ର ଏ ନେଇ ମୋଡ଼ାଲିଟ ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ମଧ୍ୟ ସରକାର ଘୋଷଣା କରିବେ ଏବଂ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ । କିନ୍ତୁ ସାମାଜିକ ଗଣମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲିଛି ତାହା ଗୁଜବ। ଗୁଜବକୁ ଲୋକେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ତେବେ ଗଣନା ପାଇଁ ଗଠିତ କମିଟିର ମୁଖ୍ୟ ମୁଖ୍ୟ ତଥା ସୁପ୍ରିମକୋର୍ଟର ଅବସର ପ୍ରାପ୍ତ ବିଚାରପତି ଅର୍ଜିତ ପଶାୱତଙ୍କ କାର୍ଯ୍ୟସୂଚୀରୁ ଜଣାପଡୁଥିଲା ଯେ ଆସନ୍ତା ୮ତାରିଖରୁ ଗଣନା ଆରମ୍ଭ ହୋଇ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ କିନ୍ତୁ ଆଇନ ମନ୍ତ୍ରୀ ଏହାକୁ ଗୁଜବ କହି ଖଣ୍ଡନ କରିଛନ୍ତି।

ଦୀର୍ଘ ଦିନ ହେଲା ରତ୍ନଭଣ୍ଡାର ବିବାଦ ଜାରି ରହିଛି।ଏହାକୁ ଖୋଲିବା ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି। ତେବେ ରତ୍ନଭଣ୍ଡାର ଖୋଲିବା ଓ ଏଥିରେ ଥିବା ଅଳଙ୍କାର ଗଣତି ମଣତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିମ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ।ରତ୍ନ ଭଣ୍ତାର ଖୋଲାଯିବା ପ୍ରସଙ୍ଗ ହାଇକୋର୍ଟରେ ରହିଛି। ହାଇକୋର୍ଟ ପୂର୍ବ ସରକାରକୁ ଏ-ନେଇ ସତ୍ୟପାଠ ମାଗିଥିଲେ।ହାଇକୋର୍ଟରେ ସତ୍ୟପାଠ ରଖି ପୂର୍ବ ସରକାର କହିଥିଲେ ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ତାରଖୋଲାଯିବାକୁ ପଦକ୍ଷେପ ନିଆଯିବ। ଏଥିଲାଗି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ କମିଟି ଗଠନ କରାଯାଇଥିଲା। ନୂଆ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜଷ୍ଟିସ୍ ପଶାୟତଙ୍କ ଅଧ୍ୟକ୍ଷତାରେ ରହିଥିବା କମିଟିର ବୈଠକ ଆସନ୍ତା ୫ ତାରିଖରେ ବସିବ। ଆର୍ଥାତ୍ ୮ ତାରିଖରୁ ରତ୍ନଭଣ୍ତାର ଖୋଲିବାର ପଦକ୍ଷେପ ନିଆଯିବ।

Leave A Reply

Your email address will not be published.