thelifelinemedia
Latest Odisha News, Breaking News Today

ବନ୍ଦ ହୋଇଥିବା ସ୍କୁଲ ଖୋଲିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାରର ଯୋଜନା ଚାଲିଛି । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲଗୁଡିକୁ ଲୋକଙ୍କ ଆବଶ୍ୟକତା ଦେଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ପ୍ରସ୍ତୁତ କରନ୍ତୁ ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲର ଖୋଲିବା ଆବଶ୍ୟକତା ଅଛି । ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଖୋଲାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଅନ୍ୟପଟେ ଖୁବଶୀଘ୍ର ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କା ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।ଏ ନେଇ ବିଚାର ବିମର୍ଶ ଚାଲିଛି। ବିଭିନ୍ନ ଦିଗକୁ ନେଇ ପ୍ରସ୍ତୁତି ଚାଲିଛି । ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଭାବେ ଦାୟିତ୍ୱରେ ଥିବା ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

Leave A Reply

Your email address will not be published.