thelifelinemedia
Latest Odisha News, Breaking News Today

ମନ ଇଚ୍ଛା କାଟି ପାରିବେନି ତାଳ ଗଛ.. କାଟିଲେ ନେବାକୁ ପଡିବ ଅନୁମତି

ଭୁବନେଶ୍ୱର:ତାଳ ଗଛ କଟା ହେବ କାଳ । ଏଣିକି ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି । ମନଇଚ୍ଛା ତାଳ ଗଛ କାଟିଲେ ହେବ କାର୍ଯ୍ୟନୁଷ୍ଠାନ । ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁ କୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ ।

ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ରାଜ୍ୟରେ ଏ ବର୍ଷ ଲାଗିବ ୧୯ ଲକ୍ଷ ତାଳ ଗଛ । ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢେ 7 କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.