thelifelinemedia
Latest Odisha News, Breaking News Today

ଭତ୍ତା ହେବ ୩୦୦୦ଟଙ୍କା: ମନ୍ତ୍ରୀ କହିଲେ ଶୀଘ୍ର ମିଳିବ ବର୍ଦ୍ଧିତ ଟଙ୍କା

ଭୁବନେଶ୍ୱର:ଏଣିକି ଭତ୍ତା ମିଳିବ ୩୦୦୦ଟଙ୍କା। ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି, ସେଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ଖୁବ ଶୀଘ୍ର କରାଯିବ ବୋଲି ଜଣାପଡିଛି।

ମନ୍ତ୍ରୀ କହିଛନ୍ତି ଯେ, ବଜେଟରେ କେତେ ଆସୁଛି ଦେଖିବୁ,ଅର୍ଥବିଭାଗର କ୍ଲିୟରାନ୍ସ ନେବୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବୁ। ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏନେଇ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି । ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଖାସ କରି ଅର୍ଥ ବିଭାଗର ମତ ନେଇ ଖୁବଶୀଘ୍ର ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ନିର୍ବାଚନ ସମୟରେ ବାର୍ଦ୍ଧକ୍ଯ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି କରାବାକୁ ବିଜେପି ପ୍ରତିଶୃତି ଦେଇଥିଲା ।ଗତ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ ଟଙ୍କା ଭତ୍ତା ବୃଦ୍ଧି କରିଥିଲେ । ଏହାପରେ ହିତାଧିକାରୀମାନେ ସର୍ବନିମ୍ନ ଭତ୍ତା ରାଶି ୧୦୦୦ ଟଙ୍କା ପାଉଥିଲେ ।

Leave A Reply

Your email address will not be published.