ପ୍ରତିଶ୍ରୁତି ରଖୁ ବିଜେପି..୩୦୦ ୟୁନିଟ୍ ମାଗଣା ଦେଉ:ପ୍ରତାପ ଦେବ

ଭୁବନେଶ୍ୱର:ବିଜେପିର ପ୍ରତିଶ୍ରୁତି କଥାକୁ ମନେ ପକାଇଲା ବିଜେଡି। ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଛି ତାକୁ ପୂରଣ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ।
ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ବିଜୁଳି ବିଲ୍ ଦେବାକୁ ପଡିବନି। ୧୦୦ୟୁନିଟ୍ ମାଗଣା ଦିଆଯିବ। ସେହି ସମୟରେ ବିଜେପି କହିଥିଲା ୩୦୦ୟୁନିଟ୍ ମାଗଣା ବିଜୁଳି ଦେବ। ତେବେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ ବୋଲି ପ୍ରତାପ ଦେବ କହିଛନ୍ତି।
ଅନ୍ୟପଟେ ଆମ ଓଡ଼ିଶା ନବୀନ ଓଡ଼ିଶା ରାଜ୍ୟ ସରକାରଙ୍କ ଅନୁମୋଦିତ ସ୍କିମ। ତାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ।ନୂଆ ସରକାର ଏ ବାବଦରେ ଟିପ୍ପଣୀ ଦେଇନାହାଁନ୍ତି।ଏହାର ଅର୍ଥ ସ୍କିମ ଚାଲୁ ରହିବ। କିନ୍ତୁ ଭବିଷ୍ୟତରେ କଣ ହେବ ତାହା ସରକାରଙ୍କ ନିଷ୍ପତ୍ତି ବୋଲି ପ୍ରତାପ କହିଛନ୍ତି।ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଇଛନ୍ତି ପ୍ରତାପ।କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରତ୍ନ ଭଣ୍ଡାର ଏବଂ ଏହାର ଚାବିକୁ ନେଇ ଆଲୋଚନା ଆବଶ୍ୟକତା ନାହିଁ। ଓଡ଼ିଶା ଜନ ସାଧାରଣ ଙ୍କୁ ଭ୍ରାନ୍ତ ଧାରଣା ଦିଆଯାଇଛି। ଚାବି ହଜିବା ଗୋଟେ ମନ ଗଢା କାହାଣୀ କହି ବିଜେପି ସରକାରକୁ ଟାର୍ଗେଟ କରଛନ୍ତି ପ୍ରତାପ ଦେବ।