ଗୁପଚୁପ ଆଣିପାରେ କ୍ୟାନ୍ସର ବିପଦ!

କର୍ଣ୍ଣାଟକ:ଗୁପଚୁପ ସାଜିପାରେ ଭୟାନକ କ୍ୟାନ୍ସରର କାରଣ। ଅଧିକ ଗୁପଚୁପ ଖାଇଲେ କ୍ୟାନ୍ସର ହୋଇପାରେ। ଏଭଳି କିଛି ଖବର ଏବେ ସାଧାରଣରେ ଭୟ ସୃଷ୍ଟି କରିଛି। କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗର ତଥ୍ୟ ଗୁପଚୁପ ଖାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଗୁପଚୁପରେ ମିଶୁଥିବା ହାନିକାରକ କୃତ୍ରିମ ରଙ୍ଗ କ୍ୟାନ୍ସରର କାରଣ ବୋଲି କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ କହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜାଗାରୁ ନମୁନା ପରୀକ୍ଷା ହୋଇଥିଲା। ପଖାପଖି ୬୯ଟି ଜାଗାରୁ ୨୬୧ ସାମ୍ପଲ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୪୧ଟି ନମୁନାରେ କ୍ୟାନ୍ସରର ଲକ୍ଷଣ ଅଛି ବୋଲି ବିଭାଗ କହିଛି।
ପରୀକ୍ଷଣ ନମୁନାରେ ସନ୍ ସେଟ୍ ୟେଲୋ, ବ୍ରିଲିଏଣ୍ଟ ବ୍ଲୁ ଏବଂ ଟେଟ୍ରା ଜାନ ଭଳି ରାସାୟନିକ ପଦାର୍ଥ ପାଇଛି କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ।ଡାକ୍ତରଙ୍କ କହିବାନୁସାରେ, ଏହି କୃତ୍ରିମ ରଙ୍ଗଗୁଡ଼ିକ ପେଟ ବ୍ୟଥାଠାରୁ ଆରମ୍ଭ କରି ହୃଦଘାତ ପର୍ଯ୍ୟନ୍ତ ସମସ୍ୟା ସୃଷ୍ଟି କରିପାରେ, ଏହା ବ୍ୟତୀତ ଏହା ଅଟୋମ୍ୟୁମ୍ୟୁନ୍ ନାମକ ଏକ ରୋଗ ମଧ୍ୟ ସୃଷ୍ଟି କରିପାରେ । ଏବେ କର୍ଣ୍ଣାଟକରେ ଗୁପଚୁପ ବ୍ୟାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।