thelifelinemedia
Latest Odisha News, Breaking News Today

ଜୁନ ୨୨ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବାଲେଶ୍ୱରରେ ଇଣ୍ଟେରନେଟ ସେବା ବନ୍ଦ

ବାଲେଶ୍ୱର: ପରିସ୍ଥିତିକୁ ନଜରରେ ରଖି ବାଲେଶ୍ୱରରେ ଇଣ୍ଟରନେଟ ସେବା ବନ୍ଦକୁ ବଢ଼ାଇ ଦିଆଯାଇଛି।ଗୁରୁବାର ଇଣ୍ଟରନେଟ୍‌ ସେବା ବନ୍ଦ ଆଦେଶକୁ ଜୁନ୍‌ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁବାର ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ ଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଲୋକେ ଭିଡ଼ ଜମାଇଥିଲେ।ପରିସ୍ଥିତି ବିଗିଡି଼ବା ଆଶଙ୍କାରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବ ବନ୍ଦ ରଖାଯାଇଛି।ଜୁନ୍‌ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ଇଣ୍ଟେରନେଟ ସେବା ବନ୍ଦ ରହିବ।

ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲେଶ୍ୱର ବର୍ତ୍ତମାନସୁରକ୍ଷା ବଳୟ ଭିତରେ ରହିଛି। ବିଭିନ୍ନ କୋଣ ଅନୁକୋଣରେ ସୁରକ୍ଷା କର୍ମୀ ଜଗି ରହିଛନ୍ତି। ୫ କମ୍ପାନୀ ବିଏସ୍‌ଏଫ୍‌ ଫୋର୍ସ ସହରରେ ପଇଁତରା ମାରୁଛନ୍ତି।ଏବେ ସୁଦ୍ଧା 34ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି ଏବଂ ଅନେକ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ। ଏହାସହ କର୍ଫ୍ୟୁ ଯୋଗୁଁ ସାଧାରଣ ଲୋକମାନେ କେମିତି ଅତ୍ୟାବଶକୀୟ ସାମଗ୍ରୀ ପାଇବାରେ ଅସୁବିଧା ନଭୋଗିବେ ସେନେଇ ଚେଷ୍ଟା କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲାପାଳ। ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଲୋକମାନଙ୍କୁ ସହଯୋଗ କରିବା ସହ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି

Leave A Reply

Your email address will not be published.