ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର…ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ:ଏଏସଆଇ ସୁପରିଟେଡ଼େଣ୍ଟ

ପୁରୀ :ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବ।ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି।ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ। ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକଙ୍କ ସୂଚନା ଆସିବା ପରେ ଭକ୍ତ ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।ରଥଯାତ୍ରାର ପରଦିନ ହିଁ ରତ୍ନଭଣ୍ଡାର ଖୋଲିବ । ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଏହି ଲେଜର ସ୍କାନିଂରେ କ୍ରାକ୍ ଥିବା ଜଣାପଡିଛି, ପାଣି ଜକଉ ଥାଇପାରେ । ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ। ଏଥିସହ ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି ସ୍ୱତନ୍ତ୍ର ଟିମ୍ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ ।
ସେହିପରି ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହେବ।ରଥଯାତ୍ରା ପରେ ସ୍ୱତନ୍ତ୍ର ପରିଚାଳନା କମିଟି ବୈଠକ ବସିବ।୨୫ ରେ ରଥଯାତ୍ରା ପାଇଁ ପରିଚାଳନା କମିଟି ବୈଠକ ବସିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି।