thelifelinemedia
Latest Odisha News, Breaking News Today

ବାହାରିଲା OSSTET ରେଜଲ୍ଟ, ୱେବସାଇଟ୍‌ରୁ ମିଳିବ ଡିଜିଟାଲ ସାର୍ଟିଫିକେଟ୍

ଭୁବନେଶ୍ୱର:ପ୍ରକାଶ ପାଇଲା OSSTET ରେଜଲ୍ଟ।ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟ ଟେଷ୍ଟ ବା ଓଷ୍ଟେଟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodiaha.ac.in ୱେବସାଇଟରେ ଉପଲବ୍ଧ ହେଉଛି ଏହି ରେଜଲ୍ଟ। ପ୍ରଥମ ଥର ପାଇଁ ଓଷ୍ଟେଟର ଡିଜିଟାଲ ସାର୍ଟିଫିକେଟ ଦେଉଛି ବୋର୍ଡ।ପରୀକ୍ଷାର୍ଥୀ ନିଜର ରୋଲ ନମ୍ବର ସହିତ ଜନ୍ମ ତାରିଖ କିମ୍ବା ରେଜିଷ୍ଟର କରିଥିବା ମୋବାଇଲ ନମ୍ବର ଦେଇ ନିଜର ରେଜଲ୍ଟ ଡାଉନଲୋଡ଼ କରି ପାରିବେ । ଏହା ସହିତ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ ନିଜର ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ଼ କରି ପାରିବେ।ଏଥିପାଇଁ ଧାର୍ଯ୍ୟ ଫି ଦେବାକୁ ପଡିବ। ଅନଲାଇନ ମାଧ୍ୟମରେ ୨୦୦ ଟଙ୍କା ଡିପୋଜିଟ କରିବା ପରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ କରି ହେବ। ପୂର୍ବ ବର୍ଷ ଗୁଡିକ ଭଳି ଅଫଲାଇନରେ ପରୀକ୍ଷାର୍ଥୀଙ୍କ ଠିକଣାରେ ବୋର୍ଡ ପକ୍ଷରୁ ସାର୍ଟିଫିକେଟ ପଠାଇବାର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ରାଜ୍ୟର ହାଇସ୍କୁଲ ଗୁଡିକରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଦୁଇଟି ପେପରରେ ଏହି ପରୀକ୍ଷା କରାଯାଉଛି। ଟ୍ରେନଡ଼ ଗ୍ରାଜୁଏଟ ଟିଚରଙ୍କ ପାଇଁ ପେପର ୧ ପରୀକ୍ଷା ଓ ପିଇଟି ପାଇଁ ପେପର ୨ ପରୀକ୍ଷା ହେଉଛି। ଗତ ଜାନୁଆରୀ ୧୯ ତାରିଖରେ ରାଜ୍ୟର ୪୭ ହଜାର ୭୮୫ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପେପର ୧ ରେ ୪୪ ହଜାର ୯୮୫ ଜଣ ଓ ପେପର ୨ ରେ ୨୮୦୦ ଜଣ ପରୀକ୍ଷା ଦେଇଥିଲେ। ସାଧାରଣ ବର୍ଗର ଆବେଦନକାରୀଙ୍କ ପାଇଁ ୪୫ ପ୍ରତିଶତ ଓ ଏସସି, ଏସଟି, ଏସଇବିସି, ଭିନ୍ନକ୍ଷମ ଆବେଦନକାରୀଙ୍କ ପାଇଁ ୩୫ ପ୍ରତିଶତ ପାସ ମାର୍କ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.