ମହାନଦୀ ପ୍ରସଙ୍ଗରେ ପ୍ରସନ୍ନ- ସୁରେଶ ମୁହାଁମୁହିଁ

ଭୁବନେଶ୍ୱର:ମହାନଦୀ ପ୍ରସଙ୍ଗରେ ମୁହାଁମୁହିଁ ଶାସକ ଓ ବିରୋଧୀ। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ମହାନଦୀ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। କହିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ବର୍ତ୍ତମାନ ସହଜ ହେବ। ରାଜ୍ୟ କେନ୍ଦ୍ର ଓ ଛତିଶଗଡ଼ରେ ସମାନ ସରକାର । ରାଜ୍ୟ ସରକାର ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ଚେଷ୍ଟା କରିବେ । ଛତିଶଗଡ଼ରେ ଡ୍ୟାମ ସବୁ ହେବା ପରେ ଆଜି ମହାନଦୀ ଶୁଖିଲା ପଡିଛି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିଲେ ବହୁତ ଭଲ । ଶୀଘ୍ର ସମାଧାନର ବାଟ ବାହାରିବ । କିନ୍ତୁ ସେଥିପାଇଁ ମାନସିକତା ରହିବା ଦରକାର ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବିଜେଡି ୨୪ ବର୍ଷ ସରକାରରେ ଥିଲା । ସଂସଦୀୟ ବ୍ୟବସ୍ଥା ରେ ମହାନଦୀ ଜଳ ବିବାଦ ପାଇଁ କଣ କରିଛି । ଛତିଶଗଡ଼ ସହ ମହାନଦୀ ଜଳ ବିବାଦକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାର କେତେ ଥର କଥା ହୋଇଛନ୍ତି ? ଆଲୋଚନା କରିଥାନ୍ତେ ଯଦି ସଫଳ ହୋଇ ନଥାନ୍ତା ତେବେ ରାଜ୍ୟ ବାସୀଙ୍କୁ କହିଥାନ୍ତେ ଯେ ଆମେ ଚେଷ୍ଟା କଲୁ । କେନ୍ଦ୍ର ସରକାର କି ପ୍ରଧାନମନ୍ତ୍ରୀଙ୍କ ସହ କେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ।ବର୍ତ୍ତମାନ ମହାନଦୀ ସମସ୍ୟାର ସମାଧାନ ହେବ କି ପ୍ରଶ୍ନ ଉତ୍ତରରେ କହିଛନ୍ତି ଏଭଳି ସମସ୍ୟା ନାହିଁ ଯେଉଁ ସମସ୍ୟାର ସମାଧାନ ହୋଇ ପାରିବନି । ବହୁତ ବିଳମ୍ବ ହୋଇଗଲାଣି। ଓଡିଶା ବହୁତ କ୍ଷତି ସହିଲାଣି ।ବର୍ତ୍ତମାନ ନୂଆ ସରକାର ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ସହ କଥା ହୋଇ ସାମ୍ବିଧାନିକ ଫୋରମରେ ଓଡ଼ିଶାର ପକ୍ଷ ରଖିବ ଏବଂ ଓଡିଶା ବାସୀଙ୍କୁ ନ୍ୟାୟ ଦେବ । ଧନ୍ୟବାଦ ଦେବି ୨୪ ବର୍ଷ ପରେ ବିଜେଡିର ନିଦ ଭାଙ୍ଗିଲା ଏବଂ ମହାନଦୀ ଶୁଖିଲା ପଡିଛି ବୋଲି ଜାଣି ପାରିଲା ବୋଲି କହି ବିଜେଡିକୁ କଟାକ୍ଷ କରିଛନ୍ତି ରାଜସ୍ବ ମନ୍ତ୍ରୀ।