thelifelinemedia
Latest Odisha News, Breaking News Today

ପରମାଣୁ ଅସ୍ତ୍ର ରେସରେ ଆଗରେ ଭାରତ.. ବହୁ ପଛରେ ପାକିସ୍ତାନ

ନୂଆଦିଲ୍ଲୀ:ପରମାଣୁ ରେସରେ ପାକିସ୍ତାନକୁ ପଛରେ ପକାଇଛି ଭାରତ।ସ୍ୱିଡେନର ଥିଙ୍କ ଟ୍ୟାଙ୍କ ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (ଏସଆଇପିଆରଆଇ) ରିପୋର୍ଟ ଅନୁସାରେ ଆଣବିକ ଅସ୍ତ୍ର ରେସରେ ଭାରତ ଆଗରେ ରହିଛି।ପାକିସ୍ତାନକୁ ବହୁ ପଛରେ ପକାଇଛି ଭାରତ।ପରମାଣୁ ଅସ୍ତ୍ରଶସ୍ତ୍ରକୁ ମଜବୁଜ କରିବାରେ ଲାଗି ପଡିଛନ୍ତି ଅନେକ ଦେଶ।ଏହାରି ଭିତରେ ଭାରତ ପରମାଣୁ ଅସ୍ତ୍ର ମାମଲାରେ ପାକିସ୍ତାନକୁ ପଛରେ ପକାଇ ଦେଇଥିବା ଖବର ସାରା ଦେଶ ପାଇଁ ଖୁସି ଆଣି ଦେଇଛି।
ପାକିସ୍ତାନ ଅପେକ୍ଷା ଭାରତ ପାଖରେ ଅଧିକ ପରମାଣୁ ଅସ୍ତ୍ର ଥିବାବେଳେ ଚୀନ୍ ଜାନୁୟାରୀ ୨୦୨୪ ସୁଦ୍ଧାଆଣବିକ ଅସ୍ତ୍ରକୁ ୫୦୦କୁ ବୃଦ୍ଧି କରିଛି ଏବଂ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆଣବିକ ଅସ୍ତ୍ରର ରୁଷିଆ ଏବଂ ଆମେରିକାର ପ୍ରାୟ ୯୦ ପ୍ରତିଶତ ରହିଛି।ସେହିପରି ଆମେରିକା, ରୁଷିଆ, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ୍ ସମେତ ୯ ଟି ଦେଶ ଆଣବିକ ଅସ୍ତ୍ରକୁ ଆଧୁନିକୀକରଣ କରିଛନ୍ତି। ଜାନୁଆରୀ ୨୦୨୪ରେ ଭାରତ ପାଖରେ ୧୭୨ ପରମାଣୁ ଅସ୍ତ୍ର ରହିଥିଲା। ପାକିସ୍ତାନ ପାଖରେ ୧୭୦ ଟି ଅସ୍ତ୍ର ଅଛି। ଦୀର୍ଘ ଦୂରଗାମୀ ଆଣବିକ ଅସ୍ତ୍ର ଉପରେ ଭାରତ ଅଧିକ ଗୁରୁତ୍ୱ ଦେଉଛି ଯାହା ଦ୍ବାରା ଏହା ଚୀନ୍‌ରେ ପହଞ୍ଚିବାର କ୍ଷମତା ମିଳିପାରିବ।

Leave A Reply

Your email address will not be published.