thelifelinemedia
Latest Odisha News, Breaking News Today

ସୁରମା ପାଢ଼ୀ ହେଲେ ନୂଆ ବାଚସ୍ପତି

ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବାଚସ୍ପତି ଚୟନ ନେଇ ଆଲୋଚନା ହେବା ପରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବାଚସ୍ପତି ପ୍ରାର୍ଥୀ। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୁରମା ପାଢ଼ୀଙ୍କୁ ବିଜେପି ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆସନ୍ତାକାଲି ନିର୍ବାଚନ ହେବ। ହେଲେ ନିର୍ଦ୍ଧାରିତ ସମୟରେ ଆଉ କେହି ଭରିନାହାନ୍ତି ନାମାଙ୍କନ। ଯାହାଦ୍ୱାରା ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ ହେବେ ସୁରମା ପାଢ଼ୀ।

Leave A Reply

Your email address will not be published.