ବର୍ଷାରେ ଭିଜିଲା ଭୁବନେଶ୍ୱର

ଭୁବନେଶ୍ବର: ଭୁବନେଶ୍ୱରବାସୀଙ୍କୁ ଖରା ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି। ପ୍ରଚଣ୍ଡ ଖରା ପରେ ଆଜିର ବର୍ଷା ଯୋଗୁଁ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଚାର୍ଯ୍ୟ ବିହାର, ନାଲକୋ, ପଟିଆରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାରି ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୨୦ରୁ କିଛି ସ୍ଥାନରେ ପ୍ରବଳ ବର୍ଷିବ। ୨୩ ତାରିଖ ସୁଦ୍ଧା ସାରା ଓଡିଶାକୁ ଛୁଇଁବ ମୌସୁମୀ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରାଯାଇଛି।