thelifelinemedia
Latest Odisha News, Breaking News Today

ଜୁଲାଇ ୨ରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ.. ସ୍ଵରାଷ୍ଟ୍ର ମନ୍ତ୍ରାଳୟ ସହିତ ସବୁ ରାଜ୍ୟର ଡିଜିପିଙ୍କ ବୈଠକ

ଭୁବନେଶ୍ୱର: ଖୁବଶୀଘ୍ର ଉଠିଯିବ ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ। ଲାଗୁହେବ ନୂଆ ପୋଲିସ ଆଇନ।ଜୁଲାଇ ୨, ୨୦୨୪ରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ ।ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଆଲୋଚନା କରିଛନ୍ତି ସବୁ ରାଜ୍ୟର ପୋଲିସ ଡିଜି।
ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଛି । ସବୁ ରାଜ୍ୟର ଡିଜିପି ଭିସି ଦ୍ୱାରା ବୈଠକରେ ସାମିଲ ହୋଇଥିଲେ। ଓଡିଶା ପୋଲିସ ଡିଜିପି ଅରୁଣ ଷଡଙ୍ଗୀମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।ଫେବୃଆରୀ ମାସରେ ଏ ନେଇ ନୋଟିଫିକେସନ ଆସିଥିଲା । ଦେଶରୁ ହଟିବ ସିଆରପିସି, ଆଇପିସି ଓ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍‌ ଏଭିଡେନ୍‌ସ୍‌ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’ । ଏଥିରେ ପୂର୍ବରୁ ୫୧୧ଟି ସେକ୍‌ସନ୍‌ ଥିଲା, ଏବେ ୩୫୮ଟି ସେକ୍‌ସନ୍‌ ରହିବ। ୧୭୫ଟି ସେକସନ୍‌ ସଂଶୋଧନ କରାଯିବ । ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଚାଲି ଆସିଥିଲା । ଏ ନେଇ ନ୍ୟାସନ୍ୟାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି । ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସ ମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । କ୍ରାଇମବ୍ରାଞ୍ଚବ୍ରାଞ୍ଚ ଆଡିସିନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଅଡିସିନାଲ ଚିଫ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି । କେନ୍ଦ୍ରର ଗୃହ ସଚିବ ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ଭିସିରେ ରହି କାର୍ଯ୍ୟକାରିତା ଦିଗରେ ଅଧିକ ଆଲୋଚନା କରିଛନ୍ତି। ଏ ନେଇ ପୋଲିସ ଅଧିକାରୀ ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧୀନରେ ଟ୍ରାଏଲ କରାଯିବ। କିନ୍ତୁ ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ ।

Leave A Reply

Your email address will not be published.