thelifelinemedia
Latest Odisha News, Breaking News Today

ବାହା ହେବେ ସୋନାକ୍ଷୀ ସିହ୍ନା… ଜାହିର ଇକବାଲଙ୍କ ହାତ ଧରିବେ ଦବଙ୍ଗ ଗର୍ଲ

ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଲମ୍ବା ସମୟ ଧରି ଜାହିର ଇକବାଲଙ୍କ ସହ ଡେଟ୍‌ କରିବା ପରେ ଶେଷରେ ବାହା ହେଉଛନ୍ତି ସୋନାକ୍ଷୀ। ବାପା ଶତ୍ରୁଘ୍ନ ସିହ୍ନାଙ୍କ ସହମତି ପରେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ସୋନାକ୍ଷୀ ଓ ଜାହିର। ଏ ନେଇ ତାରିଖ ମଧ୍ୟ ଠିକ ହୋଇଛି। ଏକ ଡିଜିଟାଲ ନିମନ୍ତ୍ରଣ ପତ୍ର ଭାଇରଲ ହେଉଛି ସୋସିଆଲ ମିଡ଼ିଆରେ। ମାଗାଜିନ କଭର ଭଳି ଦିଶୁଛି ବିବାହ ନିମନ୍ତ୍ରଣ। ଯେଉଁଥିରେ ସୋନାକ୍ଷୀ ଓ ଜାହିରଙ୍କ ଫୋଟୋ ରହିଛି। ଜୁନ ୨୩ତାରିଖ ଲେଖା ହେବା ସହିତ ସୋନାକ୍ଷୀ ଓ ଜାହିରଙ୍କ ଅଡିଓ ବାର୍ତ୍ତା ବି ରହିଛି। ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିବା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ କଥାକୁ ବଖାଣିଛନ୍ତି ଦୁହେଁ।

ଜୁନ ୨୩ରେ ଦୁଇ ପରିବାରଙ୍କ ଉପସ୍ଥିତିରେ ଉଭୟ ବିବାହ କରିବେ । ବଲିଉଡରେ ଚାଲିଥିବା ଡେଷ୍ଟିନେସନ ବିବାହକୁ ଛାଡି ଦୁହେଁ ମୁମ୍ବାଇରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ପରିବାର ସହ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଆୟୋଜନ ହେବ ।ବିବାହ ପରେ ଦମ୍ପତି ମୁମ୍ବାଇରେ ନିଜ ସମ୍ପର୍କୀୟଙ୍କ ପାଇଁ ରିସେପସନ ପାର୍ଟିର ଆୟୋଜନ କରିବେ ।

ସଲମାନଙ୍କ ଖାନଙ୍କ ନୋଟବୁକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଜାହିର । ସେପଟେ ଦବଙ୍ଗ ଜରିଆରେ ସୋନାଙ୍କୁ ଲଞ୍ଚ୍‌ କରିଥିଲେ ସଲମାନ । କୁହାଯାଉଛି ଜାହିର ଓ ସୋନାକ୍ଷୀଙ୍କୁ ଏକାଠି କରାଇବାରେ ସଲମାନଙ୍କ ହାତ ଅଛି। ଏବେ ନିମନ୍ତ୍ରଣ ପତ୍ର ବଣ୍ଟା ଚାଲିଛି। ପୁନମ ଢୀଲନ ସୋନାକ୍ଷୀଙ୍କ ନିମନ୍ତ୍ରଣ ପାଇ ବେଶ ଖୁସି ବୋଲି ସୋସିଆଲ ମିଡ଼ିଆରେ ମତ ଦେଇଛନ୍ତି।

Leave A Reply

Your email address will not be published.