thelifelinemedia
Latest Odisha News, Breaking News Today

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ସଞ୍ଜୟ ଓ ମାନସ ପାଇବେ, ଯୁବ ପୁରସ୍କାର ଓ ବାଳ ସାହିତ୍ୟ ବର୍ଗରେ ଦୁହିଁଙ୍କୁ ମିଳିବା ପୁରସ୍କାର

ବ୍ୟୁରୋ:ଓଡ଼ିଆ ଭାଷା ପାଇଁ ଯୁବ କଥାକାର ସଞ୍ଜୟ କୁମାର ପଣ୍ଡା ପାଇବେ ଚଳିତ ୨୦୨୪ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର।୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୩ଟି ଭାଷାରେ ୨୩ ଜଣ ଲେଖକଙ୍କୁ ଯୁବ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି। ନିଜ ଲେଖା ‘ହୁ ବାଇଆ’ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସଞ୍ଜୟ।

ସଞ୍ଜୟ ପଣ୍ଡାଙ୍କ ଜନ୍ମ ୧୯୯୦ ମସିହାରେ। ବୃତ୍ତିରେ ଶିକ୍ଷକତା କରୁଛନ୍ତି ସଂଜୟ। ତାଙ୍କ ଦ୍ୱାରା ରଚିତ ହୁ ବାଇଆ’ ଓ ‘ତକିଆ’ ନାମରେ ଦୁଇଟି ଗପ ବହି ଓ ଗୋଟିଏ କବିତା ବହି ପ୍ରକାଶିତ ହୋଇଛି। ସଞ୍ଜୟଙ୍କ ସର୍ଜନାରେ ସୃଷ୍ଟି ହୋଇଥିବା ଗଳ୍ପଗୁଡ଼ିକ ବେଶ ମନଛୁଆଁ। ପାଠକୀୟ ଶ୍ରଦ୍ଧା ଲାଭ କରିଛି ସଂଜୟଙ୍କ ପୁସ୍ତକ ଗୁଡିକ। ସଞ୍ଜୟଙ୍କ ସଫଳତାରେ ଲେଖକ ଆନନ୍ଦର ଲହରୀ ଖେଳି ଯାଇଛି। ତାଙ୍କର ପୁରସ୍କାର ପ୍ରାପ୍ତି ଖବରରେ ବନ୍ଧୁ ପରିଜନ ସମସ୍ତେ ଖୁସି। ସେହିପରି ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ପାଇବେ ଚଳିତ ୨୦୨୪ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର। ସେ ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ ଏହି ପୁରସ୍କାର ପାଇବେ।

Leave A Reply

Your email address will not be published.