thelifelinemedia
Latest Odisha News, Breaking News Today

ବିନା କାରଣ ଦର୍ଶାଅ ନୋଟିସରେ ବହିଷ୍କାର.. ରାଜ୍ୟ କଂଗ୍ରେସର ଆକ୍ରୋଶର ଶିକାର ହୋଇଛନ୍ତି ପୂର୍ବତନ ମୁଖପାତ୍ର ନରେଶ ମହାନ୍ତି

ଭୁବନେଶ୍ୱର:ବିନା ନୋଟିସରେ ଦଳରୁ ବହିଷ୍କାର। କାରଣ ଦର୍ଶାଅ ନୋଟିସ ନ ଦେଇ ଜଣେ ଶୃଙ୍ଖଳିତ କର୍ମୀଙ୍କୁ ଦଳରୁ ବହିଷ୍କାର କରିବା ରାଜ୍ୟ କଂଗ୍ରେସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି।କଂଗ୍ରେସର ଆଗଧାଡିର ୪ନେତାଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁରରୁ ନରେଶ ମହାନ୍ତି, ମୟୁରଭଞ୍ଜରୁ ଦୀପକ ସୋରେନ, ଗଞ୍ଜାମରୁ ଡି. ମାଧବୀ ଏବଂ କଳାହାଣ୍ଡିରୁ ସୁକାନ୍ତ ଦାଶ। ଏମାନେ ସମସ୍ତେ ଜଣେ ଜଣେ କଂଗ୍ରେସର ଶୃଙ୍ଖଳିତ କର୍ମୀ ହିସାବରେ ଦାୟିତ୍ୱ ତୁଲାଇ ଆସୁଥିଲେ। କିନ୍ତୁ ଦଳ ଏମାନଙ୍କ ପ୍ରତି ଅନ୍ୟାୟ କରି ବହିଷ୍କାର କରିଛି। ବହିସ୍କୃତ ହୋଇଥିବା ପୂର୍ବତନ କଂଗ୍ରେସ ମୁଖପାତ୍ର ନରେଶ ମହାନ୍ତି କହିଛନ୍ତି ଦଳ ତାଙ୍କୁ କୌଣସି ନୋଟିସ ନ ଦେଇ ବହିଷ୍କାର କରିଛି। ବହିଷ୍କାର ପୂର୍ବରୁ କାରଣ ଦର୍ଶାଅ ନୋଟିସ ଦିଆଯାଏ। ହେଲେ ବିନା କାରଣ ଦର୍ଶାଅ ନୋଟିସରେ ତାଙ୍କୁ ଦଳ ବହିଷ୍କାର କରିଛି। ଦଳର ଶୃଙ୍କଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କୁ ଏ ବାବଦରେ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି।ଦଳରେ କର୍ମୀଙ୍କୁ ବହିଷ୍କାର କରାଯାଉଛି କିନ୍ତୁ ଶୃଙ୍କଳା କମିଟି ଅଧ୍ୟକ୍ଷ କିଛି ଜାଣି ପାରୁନାହାନ୍ତି ଯାହା ବୁଝାଉଛି ଜାଣିଶୁଣି ରାଗ ରଖି ଏବଂ ଆକ୍ରୋଶମୂଳକ ଭାବେ ଏଠି କର୍ମୀଙ୍କୁ ହଇରାଣ କରାଯାଉଛି।
ବିନା କୌଣସି ଭୁଲରେ ଆକ୍ରୋଶ ରଖି ଦଳ ତାଙ୍କ ପ୍ରତି ଏଭଳି କାର୍ଯ୍ୟନୁଷ୍ଠାନ ନେଇଛି ବୋଲି ନରେଶ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.