ହଟିଲା ଫାଇବ ଟି ବ୍ୟବସ୍ଥା, ମୋହନ ସରକାରରେ ହଟିଲା ୫ଟି ଓ ମୋ ସରକାର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରୁ ହଟିଲା ୫ଟି ଓ ମୋ ସରକାର ବ୍ୟବସ୍ଥା। ବିଜେଡି ସରକାରରେ ଏହି ବ୍ୟବସ୍ଥା ଦ୍ୱାରା ସରକାରୀ କାମ ହେଉଥିଲା।ନବୀନ ପଟ୍ଟନାୟକ ୫ମ ପାଳିରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ୫ଟି ଆଧାରରେ ରାଜ୍ୟର ବିକାଶ ହୋଇପାରିବ ବୋଲି ନବୀନ ସରକାର ଚିନ୍ତା କରିଥିଲେ। କିନ୍ତୁ ଏବେ ରାଜ୍ୟରେ ଚାଲିବନି ୫ଟି ବ୍ୟବସ୍ଥା। ରାଜ୍ୟରେ ଚାଲିଛି ମୋହନ ସରକାର। ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମରା ଯାଇଥିଲା।୧୦୦ ଦିନର କାର୍ଯ୍ୟକ୍ରମ କରାଯାଇଛି।୪ଟି ପ୍ରସ୍ତାବ ପୂର୍ବରୁ ଆଜି ଗୋଟିଏ ପ୍ରସ୍ତାବ ପୂରଣ ହୋଇଛି। ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିଛି। ତେବେ ମୋହନ ସରକାର ଆସୁଆସୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି। ପୂର୍ବ ସରକାର ବିଭିନ୍ନ ବ୍ୟବସ୍ଥା ଉପରେ ମୋହନ ସରକାରର ନଜର ରହିଛି। ୫ଟି ଓ ମୋ ସରକାର ହଟିବା ନେଇ ନିର୍ଦ୍ଦେଶାନମା ଜାରି ହୋଇଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ୫ଟି ବ୍ୟବସ୍ଥା ଲାଗୁ ହୋଇଥିଲା। । ୫ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ରୂପାନ୍ତରିତ କରିଥିଲେ। ସେହିପରି ମୋ ସରକାର ଅଧିନରେ ମଧ୍ୟ ବିକାଶମୂଳକ କାର୍ଯ୍ୟ କରିଥିଲେ। ତେବେ ୫ଟିରେ ଅବ୍ୟବସ୍ଥା ନେଇ ବିରୋଧୀ, ଠିକାଦାର ଅନେକ ସମୟରେ ଅଭିଯୋଗ ମଧ୍ୟ ଆଣିଥିଲେ