thelifelinemedia
Latest Odisha News, Breaking News Today

ରାଜ୍ୟ ପ୍ରଶାସନରେ ହେବ ଅଦଳ ବଦଳ..ମୋହନ ସରକାରରେ ପରିବର୍ତ୍ତନ ହୋଇପାରନ୍ତି ମୁଖ୍ୟ ସଚିବ ଓ ଡ଼ିଜି

ଭୁବନେଶ୍ୱର: ରାଜ୍ୟ ପ୍ରଶାସନରେ ହେବାକୁ ଯାଉଛି ବ୍ୟାପକ ଅଦଳ ବଦଳ। ସଚିବଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଜିଲ୍ଲାପାଳ ମାନଙ୍କ ପର୍ଯ୍ୟନ୍ତ ଅଦଳ ବଦଳ ହୋଇପାରେ। ଖାଲି ସେତିକି ନୁହେଁ ପୋଲିସ ଡିଜିଙ୍କ ମଧ୍ୟ ପରିବର୍ତ୍ତନ ହୋଇପାରେ।ରାଜ୍ଯରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ନେବା ପରେ ରାଜ୍ଯ ପ୍ରଶାସନରେ ହେବାକୁ ଯାଉଛି ବ୍ୟାପକ ଅଦଳବଦଳ।ସାଧାରଣତଃ ନୂଆ ସରକାର ଆସିଲେ ମୁଖ୍ୟ ସଚିବ ଓ ଡିଜି ପରିବର୍ତ୍ତନ ହୋଇ ଥାଆନ୍ତି। ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରହିଛି। ତେଣୁ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆଉଥରେ ବୃଦ୍ଧି ହେବ ନା ନୂଆ ମୁଖ୍ୟ ସଚିବ ନିଯୁକ୍ତି ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି।ବିଜେଡି ସରକାରରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବା ପରେ ବି ପରିସ୍ଥିତିକୁ ଦେଖି ବଢ଼ା ଯାଇଥିଲା।ତେଣୁ ତାଙ୍କର ଆଉ ଥରେ କାର୍ଯ୍ୟକାଳ ବଢ଼ା ଯାଇ ନ ପାରେ। ତେବେ ନୂଆ ମୁଖ୍ୟ ସଚିବ ହେଲେ କିଏ ହେବେ ତାହା ଉପରେ ନଜର ରହିଛି। ସେହିପରି ସଚିବ ସ୍ତରରେ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି।

ନୂଆ ମନ୍ତ୍ରୀ ମାନଙ୍କ ବିଭାଗ ମିଳିବା ପରେ କେଉଁ ବିଭାଗରେ କିଏ ସଚିବ ହେବେ ତାକୁ ନେଇ ଏବେ ବିଚାର ବିମର୍ଶ ଚାଲିଛି।ତେବେ ସବୁଠୁ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରମୁଖ ସଚିବ କିଏ ହେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେଉଁ ଅଧିକାରୀ ମାନଙ୍କୁ ନିଯୁକ୍ତି ମିଳିବ ତାକୁ ଅପେକ୍ଷା ରହିଛି। ଅନ୍ଯପଟେ ଜିଲା ସ୍ତରରେ ମଧ୍ଯ ଜିଲ୍ଲାପାଳ କ୍ଷେତ୍ରରେ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି।

 

Leave A Reply

Your email address will not be published.