ସୁରମା ପାଢ଼ୀ ହେବେ ବାଚସ୍ପତି ! ସନାତନ ବିଜୁଳି ହୋଇପାରନ୍ତି ଉପବାଚସ୍ପତି

ଭୁବନେଶ୍ୱର: ସୁରମା ପାଢ଼ୀ ହୋଇପାରନ୍ତି ବାଚସ୍ପତି। ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ମିଳିପାରେ ଏହି ମର୍ଯ୍ୟାଦାଜନକ ପଦବୀ। ରାଜନୀତିରେ ତାଙ୍କର ପରିପକ୍ଵତା, ଦକ୍ଷତା, ଅଭିଜ୍ଞତାକୁ ଆଧାର କରି ତାଙ୍କୁ ବାଚସ୍ପତି ପଦ ମିଳି ପାରେ ବୋଲି କୁହାଯାଉଛି। ତେବେ ନୂଆ ସରକାରରେ ବାଚସ୍ପତି କିଏ ହେବେ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।ଏଥିରେ ପ୍ରାୟତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି।ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବେ ବୋଲି ସ୍ପଷ୍ଟ ସୂଚନା ମିଳିଛି।ସୁରମା ପୂର୍ବରୁ ଓଡ଼ିଶାରେ ମେଣ୍ଟ ସରକାର ଥିବା ସମୟରେ ସମବାୟ ମନ୍ତ୍ରୀ ରହିଥିଲେ। ବିଧାନସଭା ପରିଚାଳନା ବାବଦରେ ତାଙ୍କର ଧାରଣା ରହିଛି। ତେଣୁ ତାଙ୍କୁ ବାଚସ୍ପତି କରା ଯାଇପାରେ।
ସେହିପରି ବଡ଼ସାହି ବିଧାୟକ ସନାତନ ବିଜୁଳି ଉପ ବାଚସ୍ପତି ହୋଇପାରନ୍ତି। ୨୦୧୯ ଏବଂ ୨୦୨୪ରେ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି ସନାତନ ବିଜୁଳି। ମୟୁରଭଞ୍ଜ ବଡ଼ସାହିରୁ ପ୍ରତିନିଧିତ୍ୱ କରିଛନ୍ତି ସନାତନ। ଏଥର ବିଜେପି ମୟୁରଭଞ୍ଜରେ ଭଲ ପ୍ରଦର୍ଶନ କରିଛି। ୯ଟି ଯାକ ବିଧାନସଭା ଆସନ ପୋଛି ନେଇଛି ବିଜେପି। ତେଣୁ ମୟୁରଭଞ୍ଜକୁ ଉପ ବାଚସ୍ପତି ପଦ ମିଳି ପାରେ ବୋଲି ଚର୍ଚ୍ଚା ହେଉଛି ।