ମୋହନଙ୍କ ମନ୍ତ୍ରୀମଣ୍ଡଳରେ ୧୩ଜିଲ୍ଲାର ନେତା.. କ୍ଷେତ୍ରୀୟ ସନ୍ତୁଳନ ଦୃଷ୍ଟିରୁ ସବୁ ଦିଗକୁ ଗୁରୁତ୍ବ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତିମଣ୍ଡଳରେ ସ୍ଥାନ ପାଇଛନ୍ତି ୧୩ଜିଲ୍ଲାର ନେତା। କ୍ଷେତ୍ରୀୟ ସନ୍ତୁଳନ ବଜାୟ ରଖିବାକୁ ଯାଇ ମୋହନଙ୍କ ମନ୍ତ୍ରୀମଣ୍ଡଳର ରୂପରେଖ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାରୁ ଦୁଇ ଜଣଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମିଳିଛି।ମୋରଡ଼ା ବିଧାୟକ କୃଷଚନ୍ଦ୍ର ମହାପାତ୍ରଙ୍କୁ କ୍ୟାବିନେଟ ପାହ୍ୟା ଓ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।ସେହିପରି ଝାରସୁଗୁଡା ଜିଲ୍ଲାରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀଙ୍କ ଶପଥ ନେଇଛନ୍ତୁ। ସମ୍ବଲପୁର ଜିଲ୍ଲାରୁ ରବି ନାରାୟଣ ନାଏକ,ନବରଙ୍ଗପୁରରୁ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରୁ ପୃଥ୍ବୀରାଜ ହରିଚନ୍ଦନ, ବଲାଙ୍ଗୀରିରୁ ଡ. ମୁକେଶ ମହାଲିଙ୍ଗ, ଗଂଞ୍ଜାମରୁ ବିଭୂତି ଜେନା, ଭଦ୍ରକ ଜିଲ୍ଲାରୁ ସୂର୍ଯ୍ୟବଂଶୀ ସୂରଜ, ଗଞ୍ଜାମରୁ ଆଉ ଜଣେ ଗୋକୁଳାନନ୍ଦ ମଲ୍ଲିକ ଓ ଜଗତସିଂହପୁରରୁ ସଂପଦ ଚନ୍ଦ୍ର ସ୍ବାଇଁ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସବୁ ଦିଗକୁ ବିଚାର କରି କ୍ଷେତ୍ରୀୟ ସନ୍ତୁଳନକୁ ବଜାୟ ରଖିବାକୁ ଯାଇ ଉତ୍ତରରୁ ଉପକୂଳ ଏବଂ ପଶ୍ଚିମରୁ ଦକ୍ଷିଣ ଓଡିଶାକୁ ଗୁରୁତ୍ୱ ଦିଆ ଯାଇଛି।