thelifelinemedia
Latest Odisha News, Breaking News Today

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ

ସସପେନ୍ସ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ ସେ ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।
ମୋହନ ମାଝୀ କେନ୍ଦୁଝରରୁ ଏଥର କ୍ରମାଗତ ୪ର୍ଥ ବିଜୟ ହାସଲ କରିଛନ୍ତି। ସେହିପରି ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ।

ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ କାଳ ଶାସନ ଗାଦିରେ ବସିଥିଲେ। ହେଲେ ବିଜେପି ତାଙ୍କୁ ଏଥର ଗାଦିଚ୍ୟୁତ କରିବାକୁ ସକ୍ଷମ ହୋଇଛି। ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ୨୦୦୦ରୁ ୨୦୦୯ ଯାଏ ବିଜେପି ଓ ବିଜେଡି ମିଳିତ ଭାବେ ଓଡ଼ିଶାରେ ସରକାର ଗଠନ କରିଥିଲେ।

Leave A Reply

Your email address will not be published.