thelifelinemedia
Latest Odisha News, Breaking News Today

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନବୀନଙ୍କୁ ନିମନ୍ତ୍ରଣ: ସମ୍ମତି ଦେଲେ ନବୀନ, କହିଲେ ଆସନ୍ତାକାଲି ଯିବି

ଭୁବନେଶ୍ୱର:ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗ ଦେବାପାଇଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେଇଛି ରାଜ୍ୟ ବିଜେପି।ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବରିଷ୍ଠ ନେତା ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚିଥିଲେ। ନବୀନଙ୍କୁ ଭେଟି ଆସନ୍ତାକାଲି ଶପଥ ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ ପତ୍ର ଦେଇଥିଲେ ରାଜ୍ୟ ବିଜେପିର ଏଇ ୫ଜଣିଆ ଟିମ। ତେବେ ନବୀନ ଏହାକୁ ସମ୍ମତି ଜଣାଇଛନ। ଆସନ୍ତାକାଲି ଯିବେ ବୋଲି ସମ୍ମତି ଦେଇଛନ୍ତି ବୋଲି ରାଜ୍ୟ ବିଜେପି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆସନ୍ତାକାଲି ରାଜ୍ୟରେ ପ୍ରଥମ ଥର ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଅପରାହ୍ନ ୪ଟା ୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ। ଜନତା ମଇଦାନରେ ଶପଥ ସମାରୋହ। ସୁରକ୍ଷା ବଳୟ ଭିତରେ ରହିଛି ପୁରା ଅଞ୍ଚଳ।

Leave A Reply

Your email address will not be published.