thelifelinemedia
Latest Odisha News, Breaking News Today

ଭାରତ ଠାରୁ ହାରିବା ପରେ ପାକିସ୍ତାନ ଖେଳାଳିଙ୍କୁ ଗାଳି.. ଶୋଇପାରୁନାହାନ୍ତି ପାକ ପ୍ରଂଶସକ

ନ୍ୟୁୟର୍କ: ଟି ଟ୍ୱେଣ୍ଟି ବିଶ୍ଵକପରେ ଭାରତ ଠାରୁ ପାକିସ୍ତାନ ହାରିବା ପରେ ପାକ କ୍ରିକେଟରଙ୍କୁ ଟ୍ରୋଲ କରିବା ଆରମ୍ଭ ହେଇଗଲାଣି।ନିଜ ଦେଶର ଖେଳାଳିଙ୍କୁ ସମାଲୋଚନା କରୁଛନ୍ତି ପାକ କ୍ରିକେଟ ପ୍ରେମୀ। ସୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ହେଉଛନ୍ତି ପାକ କ୍ରିକେଟର। ଚିର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଠାରୁ ହାରିବା ପରେ ପାକିସ୍ତାନ ଟିମକୁ ଭୀଷଣ ଗାଳି ହେଉଛି ପାକିସ୍ତାନରେ। ସ୍ଥିତି ଏମିତି ହୋଇଛି ଯେ ପାକିସ୍ତାନ ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟ ପୂର୍ବରୁ ବାଦ୍ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ପାକିସ୍ତାନ ସଂପ୍ରତି ଗ୍ରୁପ୍ ‘ଏ’ରେ ଆୟର୍ଲାଣ୍ଡ ପରେ ଏକମାତ୍ର ଦଳ ଭାବେ ପଏଣ୍ଟ୍‌ ଖାତା ଖୋଲିନି। ଅନ୍ୟପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ଭାରତ ଓ ଆମେରିକା ଏହି ଗ୍ରୁପ୍‌ର ପ୍ରଥମ ଦୁଇ ସ୍ଥାନରେ ଅଛନ୍ତି। ପ୍ରତି ଗ୍ରୁପ୍‌ରୁ ଶୀର୍ଷ ଦୁଇଟି ଦଳ ସୁପର-୮କୁ ଯିବାର ଅଛି। ସେହି ଦୃଷ୍ଟିରୁ ‌ଶେଷ ଦୁଇ ମ୍ୟାଚ୍‌ରେ ପାକିସ୍ତାନ କର ବା ମର ସ୍ଥିତିରେ ରହିବ। ଦୁଇଟିଯାକରୁ କୌଣସି ଗୋଟିଏ ମ୍ୟାଚ୍ ହାରିଲେ ଏହି ଦଳର ଅଭିଯାନ ଲିଗ୍‌ରୁ ହିଁ ଶେଷ ହୋଇଯିବ।

ଏହି ଆଶଙ୍କାରେ ପାକିସ୍ତାନ ଖେଳାଳି ସ ଭୀଷଣ ଟ୍ରୋଲର ଶିକାର ହୋଇଛନ୍ତି। ଏହି ଟ୍ରୋଲ୍ ସୁନାମି ପାକିସ୍ତାନୀ ପ୍ରଶଂସକ ହିଁ କରିଛନ୍ତି।ପ୍ରତିଦ୍ବନ୍ଦ୍ବୀ ଭାରତର ୧୨୦ରନ୍‌ର ଛୋଟ ବିଜୟ ଲକ୍ଷ୍ୟକୁ ହାସଲ କରିପାରି ନଥିବା ପାକିସ୍ତାନ ଖେଳାଳି ଏବେ ସାମାଜିକ ଗଣମାଧ୍ୟମରେ
ଛାଇ ରହିଛନ୍ତି। ତେବେ କୌଣସି ସକାରାତ୍ମକ କାରଣ ପାଇଁ ନୁହେଁ, ବରଂ ନିଜ ପ୍ରଶଂସକଙ୍କ କଟାକ୍ଷରେ ଛାଇ ଯାଇଛନ୍ତି ପାକିସ୍ତାନ ଖେଳାଳି।ନିଜ ଦେଶର ଖେଳାଳିଙ୍କ ଉପରେ ସାମଜିକ ଗଣମାଧ୍ୟମରେ ରାଗ ଶୁଝାଉଛନ୍ତି। ରବିବାର ମ୍ୟାଚ୍ ଥିଲା ଅତି ରୋମାଞ୍ଚପୂର୍ଣ୍ଣ । କ୍ରିକେଟ ପ୍ରେମୀ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁଭଳି ଲଢ଼େଇ ଦେଖିବାକୁ ଚାହାଁନ୍ତି ତାହା ପୁଣି ଥରେ ଦେଖିବାକୁ ମିଳିଥିଲା।ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆକୁ ଅଲ ଆଉଟ୍ କରିବାରେ ସଫଳ ହୋଇଥିଲା ପାକିସ୍ତାନ। ରବିବାର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଲୋ ସ୍କୋରିଂ ପିଚରେ ପ୍ରଥମେ ବ୍ୟାଟି କରି ମାତ୍ର ୧୧୯ ରନ କରିପାରିଥିଲା ମେନ୍ ଇନ ବ୍ଲୁ।ଏହାପରେ ଭାରତୀୟ ବୋଲର ମାନେ ଚମକ୍ରାର ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଥିଲେ।

Leave A Reply

Your email address will not be published.