ଆଜି ଆସିବ ମୁଖ୍ୟମନ୍ତ୍ରୀଙ୍କ ନାଁ, ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ବିଜେପି

ଭୁବନେଶ୍ୱର:ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ? ଏହି ପ୍ରଶ୍ନରେ ଓଡିଶା ରାଜନୀତି ଅଟକି ରହିଛି। ଆଜି ସବୁ ଚିତ୍ର ସ୍ପଷ୍ଟ ହେବ।ସନ୍ଧ୍ୟାରେ ଆସିବ ମୁଖ୍ୟମନ୍ତ୍ରୀଙ୍କ ନାଁ। ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ।ବିଜେପି ପ୍ରଥମ ଥର ସରକାର ଗଢିବାକୁ ଯାଉଥିବା ବେଳେ ଭାବିଚିନ୍ତି ମୁଖ୍ୟମନ୍ତ୍ରୀ ବାଛିବ। ତେଣୁ ଚର୍ଚ୍ଚାର ସବୁଠୁ ଆଗରେ ଅଛନ୍ତି ସୁରେଶ ପୂଜାରୀ। ପଶ୍ଚିମ ଓଡିଶାରୁ ସୁରେଶ ପୂଜାରୀ ଆସୁଛନ୍ତି।ବ୍ରଜରାଜ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ସୁରେଶ ପୂଜାରୀ । ୩ ଦିନ ହେଲା ଦିଲ୍ଲୀରେ ରହି ବିଜେପିର ଶୀର୍ଷ ନେତୃତ୍ୱ ଓ ସଂଗଠନର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରି ଆଜି ଭୁବନେଶ୍ବର ଫେରିଛନ୍ତି । ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପଦରେ ବସା ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ବରଗଡ଼ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ଅଛନ୍ତି । ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟର ପ୍ରଭାରୀ ରହିଛନ୍ତି । ସେ ଜଣେ ତୃଣମୂଳ ସ୍ତରର ନେତା ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟରେ ବିଜେପି ସରକାର ଗଠନ ଦିଗରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ। ତେଣୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସେଇବାକୁ ଚିନ୍ତା କରି ଥାଇପରେ। ତେବେ ମନମୋହନ ହେଲେ ଉପନିର୍ବାଚନ ପ୍ରସଙ୍ଗ ବାଧକ ସାଜିପାରେ। ଚଳିତ ଥର ସେ ନିର୍ବାଚନ ହାରି ଯାଇଥିବାରୁ ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତା ହେଲେ ଉପ ନିର୍ବଚନ ହୋଇପାରେ। ସେହିପରି କେଭି ସିଂ ଦେଓଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପଶ୍ଚିମ ଓଡିଶା ପାଟଣାଗଡ଼ ବିଧାୟକ ହେଉଛଣ୍ଟି ସେ। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି। ନବୀନ ପଟ୍ଟନାୟକଙ୍କୁ ହରାଇ ଚର୍ଚ୍ଚାରେ ଅଛନ୍ତି ଲକ୍ଷ୍ମଣ ବାଗ। ସେହିପରି ଆଦିବାସୀ ଚେହେରା ମୋହନ ମାଝୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିପାରେ। ଅନେକଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ଆଜି ଏ କଥାରେ ସ୍ପଷ୍ଟତା ଆସିବ ଯେ ମୁଖ୍ୟମନ୍ତ୍ରୀ କିଏ ହେବେ।