thelifelinemedia
Latest Odisha News, Breaking News Today

ମାଟି କାମୁଡ଼ିଲା ପାକିସ୍ତାନ, ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବୁମରା-ପାଣ୍ଡ୍ୟା ଦେଲେ ଭାରତକୁ ବିଜୟ

ବ୍ୟୁରୋ: ଧୂଳି ଚାଟିଲା ପାକିସ୍ତାନ। ଟି ଟ୍ୱେଣ୍ଟି ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ଆମେରିକା ନାସାଉ କାଉଣ୍ଟିରେ ଖେଳା ଯାଇଥିବା ମ୍ୟାଚରେ ପାକିସ୍ତାନର ପରାଜୟ ହୋଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଟି-୨୦ ବିଶ୍ଵକପରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭାରତ ପରାସ୍ତ କରିଛି। କହିବାକୁ ଗଲେ ପାକିସ୍ତାନ ହାତରୁ ଭାରତ ମ୍ୟାଚ୍ ଛଡାଇ ନେଇଛି। ରବିବାର ଏହି ହାଇ ଭୋଲଟେଜ ଗ୍ରୃପ୍ ଏ ମ୍ୟାଚ୍ ରେ ୭ ଓ୍ବିକେଟ୍ ହାତରେ ଥାଇ ପାକିସ୍ତାନ ୬ ଓଭରରୁ ମାତ୍ର ୪୦ ରନ୍ ଆବଶ୍ୟକ କରୁଥିଲା। ହେଲେ ଭାରତୀୟ ପେସ୍ ବୋଲର ଘାତକ ବୋଲିଂ କରି ଏହି ୬ ଓଭରରୁ ମାତ୍ର ୩୩ ରନ୍ ଦେଇ ୪ ଓ୍ବିକେଟ୍ ନେଇ ଭାରତକୁ ୬ ରନରେ ଚମତ୍କାର ବିଜୟ ଦେଇଥିଲେ।

ନ୍ୟୁୟର୍କର ଲୋ ସ୍କୋରିଂ ପିଚରେ ପ୍ରଥମେ ବ୍ୟାଟି କରି ମାତ୍ର ୧୧୯ ରନ କରିପାରିଥିଲା ମେନ୍ ଇନ ବ୍ଲୁ । ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆକୁ ଅଲ ଆଉଟ୍ କରିବାରେ ସଫଳ ହୋଇଛିି ପାକିସ୍ତାନ । ଭାରତୀୟ ଦଳର ସବୁଠୁ ଅଭିଜ୍ଞ ବ୍ୟାଟ୍ସମାନ ରୋହିତ ଏବଂ କୋହଲି ଅଳ୍ପ ରନ କରି ଆଉଟ ହେବା ପରେ ଋଷଭ ପନ୍ଥଙ୍କ ୪୨ ରନ ଓ ଅକ୍ଷର ପଟେଲଙ୍କ ୨୦ ରନ ବଳରେ ଭାରତ ୧୧୯ ରନ କରିବାକୁ ସକ୍ଷମ ହୋଇଥିଲା । ଏହା ପରେ ଭାରତୀୟ ବୋଲର କମାଲ କରିଥିଲେ। ବୁମରା ଓ ପାଣ୍ଡ୍ୟା ଯୋଡି ଭାରତକୁ ସହଜ ବିଜୟ ଦେଇଥିଲେ।

Leave A Reply

Your email address will not be published.