thelifelinemedia
Latest Odisha News, Breaking News Today

ସୁରେଶ ପୂଜାରୀ ହୋଇପାରନ୍ତି ଓଡିଶା ମୁଖ୍ୟମନ୍ତ୍ରୀ, ଦିଲ୍ଲୀରୁ ଫେରିବା ପରେ ସିଏମ ରେସରେ ସୁରେଶ

ଭୁବନେଶ୍ୱର:ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ ।କେବଳ ଔପଚାରିକତା ବାକି ଥିବା କୁହାଯାଉଛି ।ବ୍ରଜରାଜ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ସୁରେଶ ପୂଜାରୀ ।୩ ଦିନ ହେଲା ଦିଲ୍ଲୀରେ ରହି ବିଜେପିର ଶୀର୍ଷ ନେତୃତ୍ୱ ଓ ସଂଗଠନର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରି ଆଜି ଭୁବନେଶ୍ବର ଫେରିଛନ୍ତି ।
ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ କହିଛନ୍ତି ଘୋଷଣାକୁ ଅପେକ୍ଷା କରନ୍ତୁ।ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ । ଏ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବରେ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ ଓଡିଶା ଆସୁଛନ୍ତି। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସୁରେଶ।

ଓଡିଶାରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? କେଉଁ ବିଧାୟକଙ୍କ ହାତରେ ବିଜେପି ଦେବ ରାଜ୍ୟ ଶାସନ ଭାର। ଏହି ଚର୍ଚ୍ଚା ଜୋର୍ ଧରିଥିବାବେଳେ ଦିଲ୍ଲୀରୁ ଫେରିବା ପରେ ସୁରେଶଙ୍କ ନାଁକୁ ନେଇ ଚର୍ଚ୍ଚା ଜୋରସୋର ଚାଲିଛି।ସଂଗଠନ ଦୃଷ୍ଟିରୁ ସୁରେଶଙ୍କ ପାଖରେ ସବୁ ଦକ୍ଷତା ରହିଛି। ପଶ୍ଚିମ ଓଡିଶାରୁ ସେ ପ୍ରତିନିଧିତ୍ବ କରୁଛନ୍ତି। ଜଣେ ଦୃଢ ସଂଗଠକ ହିସାବରେ ତାଙ୍କ ନାଁ ରହିଛି।୨୦୧୯ରେ ବରଗଡ଼ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ । ଛାତ୍ର ଜୀବନରୁ ରାଜନୀତିରେ ଅଛନ୍ତି । ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟର ପ୍ରଭାରୀ ରହିଛନ୍ତି । ଜଣେ ତୃଣମୂଳ ସ୍ତରର ନେତା ଭାବେ ତାଙ୍କର ପରିଚୟ ରହିଛି।ସେହିପରି ୨ ଜଣ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ମନମୋହନ ସାମଲ,କେଭି ସିଂହଦେଓ, ମୋହନ ମାଝି, ରବି ନାୟକ ପ୍ରମୁଖଙ୍କ ନାଁ ସାମ୍ନାକୁ ଆସୁଛି । ସେହିପରି ଓଡ଼ିଶାର ନୂଆ ବିଜେପି ସରକାରରେ ୧୨ରୁ ୧୪ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି

Leave A Reply

Your email address will not be published.