ଶୃଙ୍ଖଳିତ କର୍ମୀ ନରେଶ ମହାନ୍ତିଙ୍କ ପ୍ରତି କଂଗ୍ରେସର ଅନ୍ୟାୟ: ଭୁଲ ନଥାଇ କଂଗ୍ରେସରୁ ବହିଷ୍କାର..ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଖୋଲିଲା ମୁଖା

ଭୁବନେଶ୍ୱର: ଦଳ ପାଇଁ କାମ କରୁଥିବା ନେତାଙ୍କୁ ବହିଷ୍କାର।ଶୃଙ୍ଖଳିତ କର୍ମୀଙ୍କ ପ୍ରତି ଅନ୍ୟାୟ। ଦଳ ପାଇଁ ପ୍ରତିବଦ୍ଧତା ଦେଖାଉଥିବା ନେତାଙ୍କୁ ବହିଷ୍କାରର ରାସ୍ତା ଦେଖାଇଛି କଂଗ୍ରେସ।କଂଗ୍ରେସର ପୂର୍ବତନ ମୁଖପାତ୍ର ନରେଶ ମହାନ୍ତିଙ୍କ ପ୍ରତି ଅନ୍ୟାୟ କରିଛି କଂଗ୍ରେସ। ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ କାମ କଲେ ହେଲେ ଶେଷରେ ଦଳ ତାଙ୍କ ପ୍ରତି ଅନ୍ୟାୟ କଲା। ନରେଶ ମହାନ୍ତିଙ୍କ ସମେତ ଚାରିଜଣଙ୍କୁ କଂଗ୍ରେସ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଛଅ ବର୍ଷ ପାଇଁ ବହିସ୍କାର କରାଯାଇଛି। ନରେଶଙ୍କ ସମେତ ଗଞ୍ଜାମର ଡି ମାଧବୀ,ମୟୂରଭଞ୍ଜର ଦୀପକ ସୋରେନ, କଳାହାଣ୍ଡିର ସୁକାନ୍ତ ଦାସଙ୍କୁ ବହିଷ୍କାର କରିଛି କଂଗ୍ରେସ।
କଂଗ୍ରେସର ଏଇ କାର୍ଯ୍ୟାନୁଷ୍ଠାନ ପରେ ମୁହଁ ଖୋଲିଛନ୍ତି ନରେଶ ମହାନ୍ତି।କହିଛନ୍ତି ନିଜ ସ୍ୱାର୍ଥର ଚରିତାର୍ଥ କରିବା ପାଇଁ ଶରତ ପଟ୍ଟନାୟକ ପିସିସି
ଗାଦିରେ ବସିଛନ୍ତି।ରାଜ୍ୟରେ କଂଗ୍ରେସର ଅଭିବୃଦ୍ଧି ପାଇଁ ଶରତ ପଟ୍ଟନାୟକ କିଛି ବି କରିନାହାନ୍ତି। ନିଜ ରାଜକୋଷ ବଢ଼େଇବାରେ ଲାଗିଛନ୍ତି।କଂଗ୍ରେସର ଉନ୍ନତି ପାଇଁ କୌଣସି କାମ କରିନାହାନ୍ତି। ବିରୋଧୀ ଦଳଠାରୁ ଟଙ୍କା ଆଣି କଂଗ୍ରେସକୁ ନଷ୍ଟ କରିସାରିଲେଣି। ଏଭଳି କିଛି ସଂଗୀନ ଅଭିଯୋଗ ଆଣି ଶରତ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ମୁଖପାତ୍ର ନରେଶ ମହାନ୍ତି। ଶରତ ପଟ୍ଟନାୟକ ପିସିସି ଦାୟିତ୍ୱ ନେବା ପରଠାରୁ କଂଗ୍ରେସ ଅଫିସ ଯାଇ ନାହାନ୍ତି ବୋଲି ନରେଶ କହିଛନ୍ତି।ତେବେ ସବୁଠୁ କଥା ହେଉଛି ନରେଶ ଙ୍କ ପାଖକୁ କୌଣସି କାରଣ ଦର୍ଶାଅ ନୋଟିସ୍ ଆସିନି କି କୌଣସି ବହିସ୍କାର ପତ୍ର ଆସିନି। ସୋସିଆଲ ମିଡିଆରୁ ଏକ ବହିସ୍କାର ପତ୍ର ବୁଲୁଥିବାର ଦେଖି ନରେଶଙ୍କ କିଛି ବନ୍ଧୁ ନରେଶଙ୍କୁ ଏ ବିଷୟରେ ଜଣାଇଥିଲେ।ଏହି ସମ୍ଵନ୍ଧରେ ପିସିସି ଶୃଙ୍ଖଳା କମିଟି ମୁଖ୍ୟ ସନ୍ତୋଷ ସିଂ ସାଲୁଜାଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହି ଘଟଣାକୁ ଏଡାଇ ଦେଇଛନ୍ତି।ବିନା ଶୃଙ୍ଖଳା କମିଟି ଅବଗତରେ ଏଇ ବହିସ୍କାର ହୋଇଥିବାରୁ ନରେଶଏହାକୁ ଗ୍ରହଣ କରୁନାହାନ୍ତି। ତେବେ କଂଗ୍ରେସ ଦଳ ଶରତ ପଟ୍ଟନାୟକଙ୍କର ପୈତୃକ ସମ୍ପତି ନୁହେଁ ନିଜ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ଜାତୀୟ କମିଟିରେ ଅଭିଯୋଗ କରିବା ସହିତ ଶରତ ପଟ୍ଟନାୟକଙ୍କର ମୁଖା ଖୋଲିବି ବୋଲି କହିଛନ୍ତି ନରେଶ ମହାନ୍ତି।