ଆରମ୍ଭ ହେଲା ମୋଦିଙ୍କ ତୃତୀୟ ପାଳି, ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ଆରମ୍ଭ ହେଲା ମୋଦିଙ୍କ ତୃତୀୟ ପାଳି।ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ପଣ୍ଡିତ ନେହୁରୁଙ୍କ ପରେ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ସୃଷ୍ଟି କରିଛନ୍ତି ମୋଦି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୋଦିଙ୍କ ପରେ ରାଜନାଥ ସିଂ ଶପଥ ନେଇଥିଲେ। ଶପଥ ଗ୍ରହଣ କରିବାକୁ ଅମିତ ଶାହା ତିନି ନମ୍ବରରେ ପହଞ୍ଚିଥିଲେ। ୨୦୧୯ରେ ମଧ୍ୟ ଶପଥ ଗ୍ରହଣ କରିବାର କ୍ରମ ସମାନ ଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅମିତ ଶାହା, ରାଜନାଥ ସିଂ, ଜେପି ନଡ୍ଡା, ଏସ ଜୟସଙ୍କର, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଶିବରାଜ ସିଂ ଚୌହାନ, ପ୍ରଲ୍ହାଦ ଯୋଶୀ, ରାମ ମୋହନ ନାଇଡ଼ୁ, ଜିତେନ୍ ରାମ ମାନଝି, ଲଳନ ସିଂ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି
ଶପଥ ସମାରୋହରେ ଭିଭିଆଇପିଙ୍କ ଭିଡ ଦେଖିବାକୁ ମିଳିଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ସେକ୍ ହାସିନା,ମରିସସ୍ ପ୍ରଧାନମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ , ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଥିଲେ ଉପସ୍ଥିତ। ସିନେ ଷ୍ଟାର ରଜନୀକାନ୍ତ, ଶାହରୁଖ ଖାନ୍, ଅକ୍ଷୟ କୁମାର ଉପସ୍ଥିତ।ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶପଥ ସମାରୋହରେ ଥିଲେ ଉପସ୍ଥିତ।