thelifelinemedia
Latest Odisha News, Breaking News Today

ଭାରତ-ପାକିସ୍ତାନ ମହା ମୁକାବିଲା, ନସାଉ କାଉଣ୍ଟିରେ ମୁହାଁମୁହିଁ ହେଉଛନ୍ତି ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ

ବ୍ୟୁରୋ:ଟି ଟ୍ୱେଣ୍ଟି ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ। ନସାଉ କାଉଣ୍ଟିରେ ଭାରତ ପାକିସ୍ତାନ ମଧ୍ୟରେ ହେବ ମହା ମୁକାବିଲା। ରୋହିତ ଆଣ୍ଡ କୋ ସହିତ ବାବର ଆଣ୍ଡ କୋର କଡା ଟକ୍କର ହେବ। ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ଼ ବେଶ ଭଲ ରହିଛି। ଆମେରିକା ଠାରୁ ପରାଜିତ ହେବା ପରେ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚକୁ ଜିତିବାକୁ ସବୁ ବଳ ଲଗାଇବ। ୨୦୨୧ ଟି ଟ୍ୱେଣ୍ଟି ବିଶ୍ୱକପ ପରାଜୟ ପରେ ଭାରତ ୨୦୨୨ଟି ଟ୍ୱେଣ୍ଟି ବିଶ୍ୱକପ ଏବଂ ୨୦୨୩ଦିନିକିଆ ବିଶ୍ୱକପରେ ପାକିସ୍ତାନକୁ ହରାଇ ସାରିଛି। ଆଜିର ମ୍ୟାଚ ପାକିସ୍ତାନ ବୋଲରଙ୍କ ସହିତ ଭାରତର ବ୍ୟାଟରଙ୍କ ମଧ୍ୟରେ ହେବ।
ତେବେ ମ୍ୟାଚ ବାଧାପ୍ରାପ୍ତ ହେବା ନେଇ ସମ୍ଭାବନା ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚକୁ ଦୁଇ ଦେଶର କ୍ରୀଡ଼ାପ୍ରେମୀ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। କିନ୍ତୁ ନ୍ୟୁୟର୍କରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ବୋଲି ସେଠାକାର ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ରାତି ସାଢ଼େ ୮ଟା(ଭାରତୀୟ ସମୟ)ରେ ନ୍ୟୁୟର୍କରେ ବର୍ଷା ହେବାର ବହୁ ସମ୍ଭାବନା ରହିଛି। ଖେଳ ଆରମ୍ଭ ହେବାର ଅଧ ଘଷ୍ଟା ପରେ ବର୍ଷା ହେବ ବୋଲି ଆକଳନ କରାଯାଉଛି। ଆମେରିକାରେ ଦିନ ସମୟରେ କ୍ରିକେଟ ମ୍ୟାଚ ହେଉଥିବାରୁ ବର୍ଷା ହେଲେ ମ୍ୟାଚ ବିଳମ୍ବିତ ହୋଇପାରେ। କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଖେଳାଳିମାନେ ମ୍ୟାଚ ପାଇଁ ଅପେକ୍ଷା କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି।

Leave A Reply

Your email address will not be published.